STORYMIRROR

Disambar Meher

Tragedy

2  

Disambar Meher

Tragedy

ମିଛେଇ

ମିଛେଇ

1 min
13.4K


ଭାବିଥିଲି ତୁମେ

ପୂର୍ଣ୍ଣିମା ରାତିର ଜୋଛନା

କାହିଁକି ହେଲ ଅମାବାସ୍ୟା ଜହ୍ନ

କରିଦେଲ ଏତେ ଛଳନା ।

ମୋ ମନ ବଗିଚାର

ତୁମେ ଥିଲ ରଙ୍ଗୀନ ପ୍ରଜାପତି

କିଏ ଜାଣିଥିଲା ଏଣ୍ତୁଅ ପରି

ରଙ୍ଗ ବଦଲାଇବ ନିତି ।

ଆଶା ଥିଲା ଆଷାଢ ବରଷାରେ

ହୃଦୟ ଉପବନ ହେବ ପୁଲକିତ

ବର୍ଷା ସାଙ୍ଗେ ଦେଲ ବଜ୍ରାଘାତ

ମନ ହେଲା ବିଖଣ୍ଡିତ ।

ଭାବିଥିଲି ପ୍ରେମ ମୋର

ମଧୁଭରା ମଧୁରସ

କିଏ ଜାଣିଥିଲା ଅମୀୟ ଭିତରେ

ଢାଳିଦେବ ଟୋପାଏ ବିଷ ।


ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy