Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ମିଛ ସପନେ ଭାସୁନେ କି

ମିଛ ସପନେ ଭାସୁନେ କି

2 mins
241



କାନନ କୁନ୍ତଳା ତଟିନୀ ମେଖଳା ରତ୍ନଗର୍ଭା ଅଟଇ

ମୋର ଏଇ ଭାରତ ମା'ଆ 

ମାଟି ପାଇଁ ଡେଇଁ ପଡିଥିଲେ ବହୁ ନିଷ୍ଠାପର ବ୍ୟକ୍ତି 

ଆମେ ବି ହୋଇବା ଠିଆ |୧|


ମନଟି ସୁନ୍ଦର ହୋଇଗଲେ, ସମାଜରେ ଏ ମଣିଷର 

ଗୁଣ ଚନ୍ଦନ ଭଳି ବାସେ

ଅନ୍ୟ ଆକୃଷ୍ଟ ହବା ପାଇଁ ସୁନ୍ଦର ମନର ସେଥିପ୍ରତି 

ଚିନ୍ତା କି ଯାଏ ଆସେ |୨|


ପ୍ଲାବନି ଉଠିଥିଲା ଦେଶ ପାଇଁ ସ୍ୱାଧୀନଚେତା ମଣିଷ 

ମାନଙ୍କର ମନ ପ୍ରାଣରେ 

ସାଉଁଟି ଆଣିଥିଲେ ସ୍ୱାଧୀନତାକୁ ନିଜ ଧମନୀର ଥିବା

କଞ୍ଚା ରକ୍ତର ପ୍ଲାବନରେ |୩|


ହେ, ଏକବିଂଶ ଶତାବ୍ଦୀର ବୁଦ୍ଧିଜୀବି ଓ ଯୋଗ୍ୟ ସମୂହ 

ସହରୀ ସଭ୍ୟ ମଣିଷ ମନରେ

ଦେଶ ରାଜନୀତିରେ ଯାହା ଏବେ ଘଟୁଛି ତାହାକୁ ମଧ୍ୟ

ଗଭୀରତାର ସହ ଭାବୁଛେ କି ଥରେ |୪|


ମିଛ ସପନରେ ଆମେ ଘାଣ୍ଟି ହୋଇ ଖାଲି ଚାଲୁଅଛେ 

ଉପରକୁ ବାହାକୁ ଫୁଲାଇ 

କଥା ଓ କର୍ମକୁ ନକରି ଏକାକାର, ସତ କର୍ମ ଓ ସତ 

ପଥ ଧରି ରଖିଛେ କି ଆପଣେଇ |୫|


ଆଜିର ଯୁଗରେ, ସରବେ ଯଦି କରନ୍ତେ ଗତି ଆମେ 

ସବୁ ମଣିଷ ଗୋଷ୍ଠୀ

ନିଶ୍ଚୟ ଅସହାୟ ମନ ହୁଅନ୍ତା ଶାନ୍ତି ଦେଶରେ ଆମର 

ସ୍ଥିତି ସଦା ରୁହନ୍ତା ତିଷ୍ଟି |୬|


ଦେଖ ଆଜି ମୋର ଯେତେ ଭଉଣୀ ଓ ଭାଇ, ତୁମର 

ବିବେକ ଓ ନେତ୍ର ବିସ୍ତାରୀ, 

ଦେଶ ସେବା ନାମରେ ନେତା ମାନେ ଆଜି ଖାଇଯାନ୍ତି 

କିପରି ଆମ ଦେଶକୁ କୋରି |୭|


ଶାସନ କଳକୁ ଆବୋରି ନେତା କରନ୍ତି ସବୁ ଗଣହତ୍ୟା, 

ଚୋରି, ରାମରାଜ୍ୟ କି ହେବ ସତ

ଅମଣିଷ ପଣିଆ ସର୍ବ, ଶାସନ କଳଠୁ ହୁଏ ଯେବେ ସୁରୁ 

କିପରି ଗଡିବ ଦେଶର ପ୍ରଗତି ରଥ |୮|


ନେତାଙ୍କ ସରବ ଖଳ ପ୍ରକୃତି ଓ ସରବ ଛଟକ ନାଟକ

ଦେଖି ଭଟକୁଛି ଆମ ମନ

ସତକୁ ଛାଡ଼ି, ଧନଲୋଭ ଗରବ ଅହଁକାର ପଦ ମର୍ଯ୍ୟାଦା 

ପାଇଁ କରୁ ବୃଥା ଆସ୍ଫାଳନ |୯|


ମରୀଚିକା ପଛେ ଗୋଡାଇଲା ପରି ଶେଷେ ମିଳୁଛି ଶୂନ୍ୟ 

ହାଟେ ଖାଲି ନୃତ୍ୟେ ମଗନ 

ସ୍ବପ୍ନ ଦେଖିବାଟା ଭୁଲ ନୁହେଁ କେବେ, ତେଣୁ ପ୍ରତ୍ୟେକ 

ଭୋଟର ଦେଖୁଛେ ଦିବା ସପନ |୧୦|


ଆମ ଦୁର୍ଗତି ପାଇଁ ଆମେ ସରବେ ଦାୟୀ, ସେ ଅଟଇ, 

ଆମ ମାନଙ୍କର ଉଦାସୀନତା 

ନିର୍ଭିକ ନିଷ୍ଠାପର ବ୍ୟକ୍ତିଙ୍କର ଦାୟାଦ ହୋଇ ରକ୍ଷା କରି 

ପାରିବାନି କି କଷ୍ଟ ଅର୍ଜିତ ସ୍ୱାଧୀନତା |୧୧|


ହେ, ଚେଇଁ ଶୋଇଥିବା ମଣିଷ, ଭାବୁଛ କି ଏ କଥାଟି

ଗହନ ନିଦର ସପନର ଏକ ରଜନୀ ଗଳ୍ପ

ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ଜାଗ ଯେତେ ଭାରତୀୟ 

ଜାଗ ସୃଷ୍ଟି କର ନୂଆ ଚେତନାର ଚିତ୍ରକଳ୍ପ |୧୨|


ନିଜର ସ୍ବାର୍ଥର ଜୁଇରେ, ଜୀଇଁବାର ନିଶା ଯେତେ ବେଳେ 

ଆଜି ହେଉଛି ପାଉଁଶ

ସତରେ କେଡେ ଅସହାୟ ଆମେ ଭୁଲି ସତ୍ୟ ଓ ଧରମକୁ

ପାନ କରୁଅଛେ ସର୍ବେ ଆଜି ହଳାହଳ ବିଷ |୧୩|


ମୃତ୍ୟୁ ପରେ ଲୋଡ଼ା ହେବ ଛ ଖଣ୍ଡ କାଠର ସଵାରୀ, କିଛି 

ଖଇ କୌଡୀ ବିଞ୍ଛା ହେବ 

ସମସ୍ତ ପରିଜନ ଥାଇ ପୁତ୍ର ଦେବ ମୁଖାଗ୍ନି ଅସ୍ଥି ପାଉଁଶ ଗଂଗା 

ନଦୀ ଜଳେ ବିସର୍ଜନ ହେବ |୧୪|


ଚେଇଁ ଶୋଇବାରେ କଟିଗଲା ଏତେ ବରଷ, ଆମେ 

ଅଣ୍ଟା ଭିଡି କିଛି କରି ପାରିଲେନି

ନହେଲା ନାଇଁ, ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ଆମେ 

କ'ଣ ପଦେ ସତ କଥା କହି ପାରିବାନି ?? |୧୫|



Rate this content
Log in

Similar oriya poem from Abstract