STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ମିଛ ନୁହେଁ ସତ

ମିଛ ନୁହେଁ ସତ

1 min
13


ଲାଗିପାରେ ମିଛ ଶୁଣିଲେ କାହାକୁ

ଅଟଇ ନିରାଟ ସତ୍ଯ 

ପୁରୁଷ ପ୍ରକୃତି ପତି ଆଉ ପତ୍ନୀ

ଏକ ମୁଦ୍ରା ଦୁଇ ପାର୍ଶ୍ବ ।

ଭିନ୍ନ ସିନା ଦେହ ମନପ୍ରାଣ ଏକ

ପାଶେ ଥିଲେ ରହୁ ଦୂରେ

ଜାଗରଣେ ସ୍ବପ୍ନେ ଆତ୍ମା ସହ ଆତ୍ମା

ମିଶି ହୁଏ ଏକାକାରେ ।

ଜାଗେ ଅର୍ନ୍ତମନେ ଚେତନା ଶକତି

ହୁଏ ଭାବ ବିନିମୟ

ନିରାଶ ଅନ୍ଧାରେ ହୁଏ ଅନୁଭବ

ଜ୍ଯୋତିରୂପ ପ୍ରିୟାପ୍ରିୟ ।

ଜୀବନ ଜଞ୍ଜାଳ କର୍ତ୍ତବ୍ଯ ଆହ୍ୱାନ 

ଦୁଃଖକଷ୍ଟ ବାଧାବିଘ୍ନ 

ଢାଙ୍କିହୁଏ ମନେ ଆଶଙ୍କା ଦୁଶ୍ଚିନ୍ତା

ଛାୟା କୃଷ୍ଣ ମେଘ ସମ ।

ଆସିଲେ ସମୟ ଯାଏ ଅପସରି

ପରିସ୍ଥିତି ପ୍ରତିକୂଳ 

ପଚାରି ବୁଝିଲେ ହୃଦୟ ମନକୁ

ମିଳିଯାଏ ପ୍ରଶ୍ନୋତ୍ତର ।

ମିଶିଯାଏ ଯେବେ ଶୁଭ ଅନୁକୂଳେ

ଏକାନ୍ତରେ ଚାରି ଆଖି

ଉନ୍ମେଷେ ସୁଖର ବିମ୍ବ ପ୍ରତିବିମ୍ବ 

ସତ୍ଯତା ହୁଏ ପରଖି ।

  



Rate this content
Log in

Similar oriya poem from Romance