STORYMIRROR

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ମିଛ ଜିହାଦ୍ ଓ ଜନତ୍ କାହିଁକି ?

ମିଛ ଜିହାଦ୍ ଓ ଜନତ୍ କାହିଁକି ?

1 min
180


ଏମିତି କାହିଁକି ଘଟେ

ମାନବିକତାର ମୃତ୍ଯୁ ହୁଏ

ଆତଙ୍କବାଦୀର ଆତ୍ମଘାତୀ

ଆକ୍ରମଣର ଭୟଙ୍କର ବିସ୍ପୋରଣରେ

ଦୋହଲିଯାଏ ସାରା ଦେଶ

ସେଇ ଅଚାନକ ହାମଲାର

ଛାତିଥରା ବିଭତ୍ସ ଦୃଶ୍ୟ

ଦେଖେ ସାରା ଦେଶ ଦୁନିଆ


କି ବିଭତ୍ସ ସତରେ

ଏଇ ଆତଙ୍କୀର ତାଣ୍ତବ

କେମିତି ଏମିତି ଭୟଙ୍କର

ମୃତ୍ଯୁର ଖେଳ ବାରମ୍ବାର

ଖେଳୁଛିନ୍ତି ଆତଙ୍କବାଦୀ ?


ଯେଉଁଠି ବାପା ଓ ମାଆ

ସହିଦ୍ ପୁତ୍ରର ବକ୍ଷକୁ

କରି ପାରନ୍ତି ନାହିଁ ସ୍ପର୍ଶ l


ପତ୍ନୀ ଆଜି ନିଜ ବୀର ପତିର

ସେଇ ସୌମ୍ୟ ସୁନ୍ଦର ମୁଖ ମଣ୍ତଳ

ଦର୍ଶନ କରିବାକୁ ହୁଏ ଅସମର୍ଥ l


ପରିବାର ପରିଜନ ହୁଅନ୍ତି ନିରାଶ

ଥରେ ଆଖି ପଖାଳିବାକୁ ତାଙ୍କ

ଅତି ଆପଣାର ଲୋକଟିର

ପୂର୍ବର ସେଇ ପ୍ରୀତିପୂର୍ଣ୍ଣ ରୂପରେ l


ପୁତ୍ର ନିଜ ପିତାର ଅନ୍ତିମ ବିଦାୟରେ

ମଶାଣି ଭୂମିର ଜୁଇରେ ଖୋଜୁଥାଏ

ସେଇ ସ୍ନେହସିକ୍ତ କୋଳ

ଯେଉଁଠି ସେ କେତେ ନାଚୁଥିଲା

କୁଦୁଥିଲା ଅତି ଆଶ୍ୱାସରେ ,

ଅତି ବିଶ୍ୱାସରେ l


କିନ୍ତୁ ଆତଙ୍କୀ ଖେଳିଥିବା ସେଇ

ଭୟଙ୍କର ରକ୍ତର ହୋଲିରେ

କେହି କଛି ଦେଖିବାକୁ

ଆଜି ହୁଅନ୍ତିନି ସକ୍ଷମ l


ଏଇ ତ କେବଳ

କାପୁରୁଷ ପଣିଆଁର ପରିଚୟ

ଜିହାଦ୍ ଓ ଜନତ୍ ର

ମିଛ ମାୟାରେ ମସ୍ଗୁଲ୍ କରି

ଉଦ୍ଭ୍ରାନ୍ତ ଯୁବକଙ୍କ ଦ୍ୱାରା

ଭୟଙ୍କର ଘୃଣ୍ୟକାଣ୍ତ ଘଟାଇ

ଭାରତରେ ଅହରହ

ଅସ୍ଥିରତା ସୃଷ୍ଟି କରିବା

ଲକ୍ଷ୍ୟରେ ପାକିସ୍ତାନ ଆଜି

ପ୍ରଶୟ ଦେଇଆସିଛି

ମହମ୍ମଦ୍ ମାସୁଦ୍ ଆଝାରର

ଜୈସ- ଇ - ମହମ୍ମଦ ପରି

ଆତଙ୍କୀ ସଂଗଠନ ସବୁକୁ l


ସତରେ କଣ ଆମର

ଏଇ ପଡୋଶୀ ପାକିସ୍ଥାନ

କେବଳ ଏମିତି ରକ୍ତର

ହୋଲି ଖେଳିବାକୁ ଆମ ଭାରତ

ମାତାଠାରୁ ଦିନେ ନେଇଥିଲା ଜନ୍ମ ?


ସତରେ କଣ ସେଇ ପଡେଶୀ

ବନ୍ଦ କରିବନି ତାର ଏଇସବୁ

ଭାରତ ବିରୋଧି ଭ୍ରମାତ୍ମକ ଯୋଜନା ?


ସତରେ କଣ କେବେ ଅନ୍ତ ହେବନି

ଏ ଅନ୍ତରଥରା ବୁକୁଫଟା

କରୁଣ କାହାଣୀର ବିଭତ୍ସ ଗାଥା ?


*******************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy