Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ମିଛ ଜାଲେ ଫସିଛେ କୃତକର୍ମ ଆମରି

ମିଛ ଜାଲେ ଫସିଛେ କୃତକର୍ମ ଆମରି

1 min
5



ଶହ ଶହ ମୋର ଗାଁରେ ଭର୍ତ୍ତି ମୋ ଭାରତ,

ଭାଇଚାରା ଭାବରେ ହୋଇଛି ଭର୍ତ୍ତି ଭାରତ


ସରଗ ନୁହଁଇ ତାହାର ସମ ମୋର ଭାରତ,

ବିଭିନ୍ନ ଜାତି ଧର୍ମର ମଣିଷ ରୁହନ୍ତି, ଭାରତ


ଏକାଠି ରହୁଛୁ ସରବେ, ଗୋଟିଏ ନିଡରେ

ଶାନ୍ତି ମୈତ୍ରିରେ ରହୁ ମୋ ଭାରତ ଭିତରେ


ଆମେ ଗାଉ ସବୁ ମଣିଷ ରୁହନ୍ତୁ ସୁଖରେ

ଅନୁପ୍ରାଣିତ ମାନବ ସେବା ଶ୍ରେଷ୍ଠ ଧର୍ମରେ


ଆମେ ଭାବୁଥାଉ, ମାନବ ଜୀବନ ଶ୍ରେଷ୍ଠ, 

ମତାନ୍ତର ଅଛି କିନ୍ତୁ ମନାନ୍ତର ନାହିଁ ଏଠି ତ


ମୁଖରିତ ହୁଏ ଗାଁ ଟି ମୋର ବରଷ ସାରା

ବାର ମାସେ ତେର ପର୍ବ ପାଳନରେ ପରା


ସ୍ନେହ ଓ ପ୍ରେମର ସମ୍ପର୍କଟି ଛିଡା ହୋଇଛି, 

ଭେଦ ଭାବ ମନୋଭାବ ରଜ୍ଜୁକୁ ଛିନ୍ନ କରିଛି


ବିପଦେ ସର୍ବେ ଏକ ଛାତ ତଳେ ହୁଅନ୍ତି ଛିଡା

ମମତା ବନ୍ଧନେ ଏକ ଭାବେ ହୋଇଛୁ ଗଢା  


ଅନୁଶୀଳନ କରିବା ଯଦି ଦର୍ଶନକୁ ଆମର

ଅବସ୍ଥାନ ନୁହେଁ ଭିନ୍ନ କେବେ ତୁମେ ଓ ମୁଁ ର , 


ଦର୍ଶନ ଆମରି ବିଭିନ୍ନ ପର୍ବପର୍ବାଣୀ ପାଳନରେ 

ଦୁଇଗୋଟି ପକ୍ଷୀ ନିଡ ଗୋଟିଏ ଡାଳ ସଦୃଶରେ


କିଛି ଅଛନ୍ତି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ପଣସ ଖାଇ

ହୁଅନ୍ତି ଅଭ୍ୟସ୍ତ ପଣସ ଅଠାକୁ ନେସିବା ପାଇଁ 


କାଉ ପରି ଅନ୍ୟ ମୁଣ୍ଡରେ ବୋଳିବେ ଦୋଷ

ସୁବଚନ ପରଷି ଠକିବାରେ ତାଙ୍କ ଅଭ୍ୟାସ


ନ୍ୟସ୍ତ ସ୍ୱାର୍ଥବାଦୀ ଗୋଷ୍ଠୀ ମନାନ୍ତର ସୃଷ୍ଟି ପାଇଁ

ମନ୍ଦିର ମସଜିଦ ତୋଳିଲେ ଧରମ କହି ଥାଇ


କଣ୍ଟାବାଡରେ ଲୁଗା ଲଗାଇ କଳହେ ବ୍ୟସ୍ତ

କଳି ମଞ୍ଜି ଆଣି ପୋତିବାରେ ସର୍ବଦା ଚେଷ୍ଟିତ 


କହନ୍ତି ପୁଣ୍ୟର ବାଣୀ ପାପ ଗଦାରେ ଠିଆ ହୋଇ  

ମନେ ମନେ ଭାବେ କେହି ଜାଣିବେ କାହିଁ ପାଇଁ 


ବର୍ତ୍ତମାନ ସମୟ ଆସିଛି ନିଜକୁ ପଚାରିବାକୁ, 

ଆତ୍ମ ବିଶ୍ଳେଷଣ ଓ ଆତ୍ମ ସମୀକ୍ଷଣ କରିବାକୁ


ପାଇବା ଉତ୍ତର, ଦୋଷ ଦେବା କାହାକୁ ଭଲା, 

ମିଛ ଜାଲେ ଫସିଛେ କୃତ କର୍ମ ଆମରି ପରା

  

ମିଠା ନରମ କଥା ଡ୍ରାମାବାଜୀରେ ଭଳିଛେ

ଆପଣା ହାତେ ନିଜ ଜିଭ ଛେଦନ କରୁ ଅଛେ


ଜାଣି ଶୁଣି ଯଦି ବିରାଡ଼ି ବୈଷ୍ଣବ ଭାଷା କୁହାକୁ

ଶାସନରେ ବସାଇବା କଥା କୁହା ଠିକାଦାରକୁ 


ବୀଜ ତ ଦିନେ ନା ଦିନେ, ନିଶ୍ଚୟ ଜାଣ ଫୁଟିବ,

 ଅଙ୍କୁରିତ ହୋଇବ ଓ ତାର ପତର ତ ଖୋଲିବ


ସ୍ୱାର୍ଥପାଇଁ ଠକଙ୍କ ଚାଲରେ ସବୁ ହବ ନାରଖାର

ସବୁ ନାରଖାର ପୂର୍ବରୁ ଭଉଣୀ ଭାଇ ହୁଅ ହୁସିଆର ।



Rate this content
Log in

Similar oriya poem from Abstract