STORYMIRROR

pawan Mohakul

Tragedy Classics Inspirational

3  

pawan Mohakul

Tragedy Classics Inspirational

ମିଛ ଏ ଜଗତ ହେ ଜଗନ୍ନାଥ

ମିଛ ଏ ଜଗତ ହେ ଜଗନ୍ନାଥ

1 min
397

ଯେଉଁ ହାତ କରୁଥାଏ ପାପ

ସେହି ହାତ ଜାଳୁଥାଏ ଦୀପ ।।


ଯେଉଁ ତୁଣ୍ଡ କହେ ନାହିଁ ସତ

ସେହି ତୁଣ୍ଡ ଗାଏ ଭାଗବତ ।।


ତୁମ ଛଡା ନାହିଁ କାହାକୁ ବିଶ୍ୱାସ 

ମିଛ ଏ ଜଗତ ହେ ଜଗନ୍ନାଥ ।।


ପ୍ରାଣ ଡଙ୍ଗା କରି ଉପର ତଳ ହେ

ଅଥଳ ସାଗରେ ଦେଖାଅ କୂଳ ।।


କରମକୁ ଘେନି ଦେଉଛ ଫଳ ହେ

କିଏ ବା ବୁଝିବ ତୁମରି ଖେଳ,

କିଏ ବା ବୁଝିବ ତୁମରି ଖେଳ ।।


ଯେଉଁ ପାଦ ଭୁଲିଯାଏ ପଥ

ସେହି ପାଦ ଯାଏ ଶ୍ରୀକ୍ଷେତ୍ର ।।


ତୁମ ଛଡା ନାହିଁ କାହାକୁ ବିଶ୍ୱାସ

ମିଛ ଏ ଜଗତ ହେ ଜଗନ୍ନାଥ ।।


ରାତି ପରେ ତୁମେ ରଖିଛ ଦିନ ହେ

ପାପ ପରେ ତୁମେ ରଖିଛ ପୁଣ୍ୟ ।।


ଧନ୍ୟ ପ୍ରଭୁ ତୁମେ ମହିମା ଧନ୍ୟ ହେ

କେଉଁଠି ଶହେ କୁ କେଉଁଠି ଶୂନ୍ୟ

କେଉଁଠି ଶହେ କୁ କେଉଁଠି ଶୂନ୍ୟ ।।


ଯେଉଁ ଆଖି ଦେଖେ ଖରାପ

ସେହି ଆଖି ଦେଖେ କାଳରୂପ ।।


ତୁମ ଛଡା ନାହିଁ କାହାକୁ ବିଶ୍ୱାସ

ମିଛ ଏ ଜଗତ ହେ ଜଗନ୍ନାଥ ।।


Rate this content
Log in

Similar oriya poem from Tragedy