## ମିଛ ଅଭିମାନ ##
## ମିଛ ଅଭିମାନ ##


କେଉଁ ଅଭିମାନେ ଅଭିଶାପ ଦେଲ
ଏତେ ନିଷ୍ଠୁର ହୋଇ
କେବଳ ଟିକିଏ ହସି ଦେଇ ଥିଲି
ସେପାଇଁ କାନ୍ଦିବି ମୁହିଁ ,
ତମେ ଭୁଲିଗଲ ପ୍ରେମର ସଙ୍ଗୀତ
ତା ସାଥେ ପ୍ରୀତିର ସ୍ୱର
ଭୁଲିଗଲ ସବୁ ବିଜନ ବେଳାକୁ
କରି ଦେଲ ମୋତେ ପର ,
ତମେ କ'ଣ ସେଇ କିଶୋରୀ ଆଖିର
ସୁନେଲୀ ମିଠା ସପନ
ମନ କହେ କିନ୍ତୁ ତମେ ନୁହଁ ସିଏ
ତମର ତ ନାହିଁ ମନ,
ମନ ଥିଲେ କଣ ବୁଝି ପାରନ୍ତିନି
ଅମୃତ ହୃଦୟ ଭାଷା
ତଥାପି କହୁଛି ସଦା ହସୁ ଥାଅ
ପୁରା ହେଉ ତମ ଆଶା ..........!!!!
@ ୨୮।୦୮।୨୦