STORYMIRROR

Anita Dash

Romance Tragedy Inspirational

4  

Anita Dash

Romance Tragedy Inspirational

ମହିୟସୀ ଉର୍ମିଳା

ମହିୟସୀ ଉର୍ମିଳା

1 min
284


ରାଜା ଦଶରଥ- ସୁମିତ୍ରା ନନ୍ଦନ

ଲକ୍ଷ୍ମଣଙ୍କ ପ୍ରାଣ ପ୍ରିୟା

ଜନକ ରାଜନ, କନିଷ୍ଠ ଦୁଲଣୀ

ଉର୍ମିଳା ସେ ମହନୀୟା !


ମାତା ସୀତା ପତି ସାଥେ ଗଲେ ବନ

ଅନୁଗାମିନୀଟି ହୋଇ

ଅନୁଜ ଲକ୍ଷ୍ମଣ ସାଥେ ଗଲେ

ଭ୍ରାତା-ଭାବିଙ୍କ ସୁରକ୍ଷା ପାଇଁ !


ସାଥେ ଥିଲେ ପତି, ନରକ ସରଗ-

ସମ ପରି ମନେ ହୁଏ

ସାଥିଠୁ ଦୂରେଇ ସରଗ ସୁଖବି

ତୁଚ୍ଛ ସମ ଲାଗିଥାଏ !


ପତି ସାଥେ ବନେ ଯିବାର ଆଗ୍ରହ

ତ୍ୟାଗରେ ଦେଇ ସମାଧି

ଲକ୍ଷ୍ମଣଙ୍କୁ ଧର୍ମ ସଙ୍କଟୁ ଉଦ୍ଧରି

ହୋଇଲେ ଗୃହୀ ସନ୍ୟାସୀ!


ଲକ୍ଷ୍ମଣଙ୍କ ଶକ୍ତିଭେଦ ଜାଣି ସର୍ବେ

ଶୋକେ ହୋଇଲେ ମଗନ

ତୁମେ ଦିଶୁଥିଲ ପ୍ରଶାନ୍ତ ପସନ୍ନ

ନୋହି ବିଚଳିତ ମନ !


ସରଗ ଦେବତା ସ୍ତବଦ ହୋଇଲେ

ଶୁଣି ତବ ମର୍ମ ବାଣୀ

"ପତି ମୋର ଭ୍ରାତା ଶ୍ରୀରାମ ଙ୍କ କୋଳେ

ବିଶ୍ରାମ ମୁଦ୍ରାରେ ଜାଣି !


ନିଃଶ୍ୱାସେ-ପ୍ରଶ୍ୱାସେ, ପ୍ରାଣର ସ୍ପନ୍ଦନେ,

ଧମନୀରେ ରାମ ନାମ

ଶ୍ରୀରାମଙ୍କ ପାଶୁ ମୋ ସ୍ୱାମୀଙ୍କୁ ଭଲା

ଛୁଇଁବେକି ଜନ୍ତୁରାଣ !


ଦୂର ଦେଶେ ଚଳି ଯାଅ ବେଗେ ହନୁ!

ଗନ୍ଧ ମାରଦନ ନେଇ

ମୋ ସ୍ୱାମୀ ନିଦରୁ ନଉଠିଲା ଯାଏଁ

ସୂର୍ଯ୍ୟୋଦୟ ହେବ ନାହିଁ “!


ଧନ୍ୟ ମହା ସତୀ, ଧନ୍ୟ ତୁମ ନିଷ୍ଠା,

ଉର୍ମିଳାମା ମହିୟସୀ

ତୁମ ସାଧନାର ବଳେ ଏକରାତି

ହୋଇଥିଲା ସାତ ରାତି !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance