STORYMIRROR

Niranjan Mishra

Classics

3  

Niranjan Mishra

Classics

ମହାସତୀ ସାବିତ୍ରୀ

ମହାସତୀ ସାବିତ୍ରୀ

2 mins
212


ମଦ୍ର ନରପତି ଥିଲେ ଅଶ୍ୱପତି

ରାଣୀ କୌଶଲ୍ୟା ତାଙ୍କର ।

ନିଃସନ୍ତାନ ଥିଲେ ଋଷିଙ୍କ ଆଜ୍ଞାରେ

ସାବିତ୍ରୀ ଯଜ୍ଞେ ତତ୍ପର।


ଅଷ୍ଟାଦଶ ବର୍ଷ ଯଜ୍ଞ ସମ୍ପାଦିଲେ

ପୂର୍ଣ୍ଣାହୂତି ସମୟରେ ।

ଅଗ୍ନିରୁ ସାବିତ୍ରୀ ଉଦ୍ଭବ ହୋଇଲେ

ବିଧାତାଙ୍କ ନିର୍ଦ୍ଦେଶରେ ।


ବର ଦେଲେ ଏକ ସୁକନ୍ୟା ଜନ୍ମିବ

ରାଜା ଅଶ୍ୱପତିଙ୍କର।

ଦଶମାସ ଦଶଦିନେ ଜନମିଲେ

ସାବିତ୍ରୀ ନାମ ତାଙ୍କର ।


ବିବାହ ବୟସ ହୋଇଲା କନ୍ୟାର

ତେଜ ଦେଖି ତାହାଙ୍କର।

ବାହା ହେବା ପାଇଁ ରାଜପୁତ୍ର କେହି

ହେଲେ ନାହିଁ ଆଗଭର।


ପିତା ଆଜ୍ଞା ଦେଲେ ସୁକନ୍ୟା ସାବିତ୍ରୀ

ରଥେ ଭ୍ରମିଲେ ଧରାର ।

ପତି ନିର୍ବାଚନ କଲେ ସତ୍ୟବାନ

ଦ୍ୱୁମତସେନ କୁମର ।


ସତ୍ୟରେ ତାଙ୍କର ମତି ଯୁବରାଜ

ଥିଲେ ସେ ଶାଲ୍ୱ ଦେଶର ।

ନବରକୁ ଫେରି ପିତା ଓ ନାରଦ

ଋଷିଙ୍କୁ ପ୍ରଣାମ କଲେ।

ସତ୍ୟବାନଙ୍କର ଗୋଟିଏ ବରଷ

ଆୟୁ ନାରଦ କହିଲେ ।


ସରବ ଗୁଣ ସମ୍ପନ୍ନ ସତ୍ୟବାନ

ତାଙ୍କୁ ପରିତ୍ୟାଗ କରି ।

ଆନ ବର ନ ବରିବେ ମା ସାବିତ୍ରୀ

କହିଲେ ଦୃଢତା ଭରି।


ବିବାହ ହୋଇଲା ପତିବ୍ରତା ସତୀ

ସାବିତ୍ରୀ ଜଙ୍ଗଲେ ଗଲେ ।

ପତିଙ୍କ ସଙ୍ଗତେ ଶାଶୁ ଓ ଶ୍ୱଶୁର

ଯେଉଁଠାରେ ରହୁଥିଲେ ।


ଶତ୍ରୁ ନେଇଥିଲା ଶ୍ୱଶୁରଙ୍କ ରାଜ୍ୟ

ନ ଥିଲେ ଟିକେ ଚିନ୍ତିତ ।

ମହାସତୀ ପତିବ୍ରତା ଧର୍ମ ପାଳି

ଦିନ କାଟିଲେ ସତତ ।


ବରଷ ପୂରିବା ତ୍ରିଦିନ ପୂର୍ବରୁ

ଲକ୍ଷ୍ମୀ ନାରାୟଣ ବ୍ରତ ।

ଉପବାସ କରି ଶେଷଦିନ ପତି

ସଙ୍ଗେ ଚଳିଲେ ବନସ୍ତ।


ବୃକ୍ଷେ ଚଢି ପତି କାଟୁଥିଲେ କାଠ

ମଥା ଗଲା ତାଙ୍କ ଘୂରି।

ବୃକ୍ଷୁଁ ଓହ୍ଲାଇଲେ ସାବିତ୍ରୀ ନିଜର

କୋଳେ ଶୁଆଇଲେ ଧରି।


ଜୀବ ଗଲା ଚାଲି ଯମରାଜା ନିଜେ

ଉଭା ହୋଇଗଲେ ଆସି।

ସତ୍ୟବାନଙ୍କର ପ୍ରାଣ ଘେନି ଗଲେ

ଲଗାଇଣ କାଳ ପାଶୀ ।


ପଛରେ ତାଙ୍କର ସାବିତ୍ରୀ ଚଳିଲେ

ତାଙ୍କ ମଧୁର ବାଣୀରେ।

ଆପ୍ୟାୟିତ ହୋଇ ପାଞ୍ଚ ଗୋଟି ବର

ଯମରାଜା ତାଙ୍କୁ ଦେଲେ।


ଶାଶୁ ଶ୍ୱଶୁର ଅନ୍ଧ ଅନ୍ଧୁଣୀ ତାଙ୍କ

ଚକ୍ଷୁ ଦାନ ପ୍ରଥମରେ।

ଫେରି ପାଆନ୍ତୁ ସେ ରାଜ୍ୟ ତାହାଙ୍କର

ଏ ଥିଲା ଦ୍ଵିତୀୟ ବରେ।


ତୃତୀୟରେ ପିତା ନିଃସନ୍ତାନ ତାଙ୍କ

ଔରସରେ ଶତପୁତ୍ର।

ଚତୁର୍ଥରେ ସତ୍ୟବାନଙ୍କ ଔରସୁ

ଲଭିବେ ସେ ଶତପୁତ୍ର ।


କଥା ଚାତୁରୀରେ ଯମଙ୍କୁ ମୋହିଲେ

ସବୁ ବର ଦେଲେ ଯମ ।

କହିଲେ ଏଥର ଫେରିଯାଅ ତୁମେ

ପୂର୍ଣ୍ଣ ହେଲା ମନସ୍କାମ ।


ସାବିତ୍ରୀ କହିଲେ ହେ ଧର୍ମରାଜନ

ଧରମରେ ତୁମେ ଥାଅ ।

ପତି ବିନା ତାଙ୍କ ଔରସରୁ ମୋର

କିପରି ହୋଇବେ ପୁଅ ?


ପତିଙ୍କ ଜୀବନ କର ମୋତେ ଦାନ

ଉପାୟ ନ ପାଇ ଯମ ।

ଜୀବ ଦାନ ଦେଲେ ସତ୍ୟବାନେ

ଦେଖ ପତିବ୍ରତା ସତୀ କର୍ମ ।


ସ୍ୱାମୀ ପିତା ମାତା ଶାଶୁ ଶ୍ୱଶୁରଙ୍କ

ଜୀବନ କୁଳ ରଖିଲେ ।

କାଳ କାଳକୁ ସେ ମହାସତୀ ହୋଇ

ପତିବ୍ରତା ବୋଲାଇଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics