STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମହାପୁରୁଷଙ୍କ ମାଟି

ମହାପୁରୁଷଙ୍କ ମାଟି

1 min
384

ଏହି ସେ ଦେଶ ଯହିଁ ଜନମ

ମହାପୁରୁଷ ବହୁ

ନିଜ ନିଜର ଗରିମା ବଳେ

ଯଶ ଲଭିଲେ ସେହୁ।

ବୁଦ୍ଧ ପ୍ରସାରି ଶାନ୍ତିର ବାର୍ତ୍ତା

ପାଇଲେ ପରିଚୟ

ଗାନ୍ଧୀ ଗାଇଲେ ଅହିଂସା ମନ୍ତ୍ର

ଶୁଭିଲା ବିଶ୍ବେ ଜୟ।

ଦାନ ଧର୍ମରେ ଅଜୟ ହେଲେ

ପାତାଳେ ବଳୀ, କର୍ଣ୍ଣ

ଜଗତ ପାଇଁ ଜୀବନ ଦେଇ

ଦଧିଚି ନେଲେ ମନ।

ତ୍ୟାଗ ସେବାର ବଡ଼ ପ୍ରତୀକ

ଉତ୍କଳ ଗୋପବନ୍ଧୁ

ଚତୁର୍ଦ୍ଦିଗରେ ମହକି ଯାଏ

ପ୍ରେମ କରୁଣା ସିନ୍ଧୁ।

ବାଜି,ଭଗତ ଚାଚା, ସୁବାଷ

ଲକ୍ଷ୍ମଣ ପରି ବୀର

ଦେଶ ମାତୃକା ସ୍ବାଧିନ ପାଇଁ

ପତାଇ ଥିଲେ ଶିର।

ପ୍ରତିଟି ପ୍ରାଣେ ଦେଶପ୍ରେମର

ଅମୃତ ଯାଏ ଝରି

ପ୍ରଣାମ ସେହି ଗରବ ପାଦେ

ମଥାକୁ ନତ କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract