ମହାନ୍ ମୋ ଭାରତ ବର୍ଷ
ମହାନ୍ ମୋ ଭାରତ ବର୍ଷ
ହିମାଚଳ ଶିର ମୁକୁଟ ଯାହାର
ସାଗର ଯା ପାଦ ଧୁଏ
ସେଇ ଭାରତରେ ଜନମ ମୋହର
ବିଶ୍ବ ଯା କୀରତି ଗାଏ
ଗଙ୍ଗାଠାରୁ ଗୋଦାବରୀ
ଅତୁଟ ଯାହାର ଶିରୀ
ଅପାଶୋରା ଇତିହାସ
ମହାନ୍ ମୋ ଭାରତ ବର୍ଷ ।
କରମ ଭକତି ଜ୍ଞାନର ସୌରଭ
ଛୁଟାଇଲା ଯିଏ ବିଶ୍ବେ
ଶାନ୍ତି ବାରତା ଶୁଣାଇଲା ଯିଏ
ଜାଗ୍ରତ କରିଲା ନିଃସ୍ୱେ
ଗୀତାଜ୍ଞାନ ଯାର ବାର୍ତ୍ତା
ସେଇ ମୋ ଭାରତ ମାତା
ଅପାଶୋରା ଇତିହାସ
ମହାନ୍ ମୋ ଭାରତ ବର୍ଷ ।
ବୈଦିକ ଜ୍ଞାନର ଗନ୍ତାଘର ଯିଏ
ଯୋଗ ଯାର ମୂଳାଧାର
ଆଲୋକ ଦେଖାଏ ସାରା ବିଶ୍ବକୁ
ଗଣତନ୍ତ୍ର ଏ ଦେଶର
ଆଲୋକିତ ବିଶ୍ବ ସାରା
ବହେ ଶାନ୍ତିର ଧାରା
ଅପାଶୋରା ଇତିହାସ
ମହାନ୍ ମୋ ଭାରତ ବର୍ଷ ।
ବୀର ବୀରାଙ୍ଗନା ଲଭିଲେ ଜନମ
ଏଇ ଦେଶର ମାଟିରେ
ବଳିଦାନ ଦେଲେ ନିଜ ଜୀବନକୁ
ସ୍ବାଧୀନତା ସଂଗ୍ରାମରେ
କୀରତି ଯଶ ଯାହାର
ଇତିହାସେ ହେଲା ଗାର
ଅପାଶୋରା ଇତିହାସ
ମହାନ୍ ମୋ ଭାରତ ବର୍ଷ ।
ସବୁ ଧରମର ସମନ୍ବୟ ଦେଖ
ରହିଛି ଦେଶରେ ମୋର
ବିଶ୍ଵ ଦରବାରେ ଅକ୍ଷୂର୍ଣ୍ଣ ରହିଛି
ଗଉରବ ମୋ ଦେଶର
ଅଭ୍ୟୁଦୟ ଧରମର
ହେଲା ଏ ଦେଶରୁ ମୋର
ଅପାଶୋରା ଇତିହାସ
ମହାନ୍ ମୋ ଭାରତ ବର୍ଷ ।
ବିଶ୍ଵଗୁରୁର ପଦବୀରେ ଏବେ
ମୋ ଦେଶ ହୋଇଛି ଠିଆ
ଯହିଁ ଦେଖ ତହିଁ ସାରା ବିଶ୍ବେ ତା
ସପୁତେ ବୁହାନ୍ତି ନାଆ
ଧନ୍ୟ ଆଜି ମୋ ଦେଶ
ଧନ୍ୟ ତାହାର ବେଶ
ଅପାଶୋରା ଇତିହାସ
ମହାନ୍ ମୋ ଭାରତ ବର୍ଷ ।
