STORYMIRROR

Gyanaranjan Sahoo

Tragedy Inspirational

3  

Gyanaranjan Sahoo

Tragedy Inspirational

ମହାମାରୀ କରୋନା ହାରିବ ମୋ ହସ୍ତେ

ମହାମାରୀ କରୋନା ହାରିବ ମୋ ହସ୍ତେ

2 mins
384


ଅସରନ୍ତି କଥା ଅଛି ଲେଖିବାକୁ ବହୁତ କିଛି

ଇଚ୍ଛା ମରେ ମରୁ ପରେ ଆଧୁନିକ ମଣିଷର ଚରମ ଦୁର୍ଦ୍ଦିନରେ 

ହାହାକାର ମଚାଇଛି କି ଭୂତାଣୁ ସତରେ

କରୋନା ନାମରେ କାଳକ୍ରମେ ନାନା ରୂପ ଧରେ ।


କଲମ ଯେ ଭାରାକ୍ରାନ୍ତ ଉଦାସୀ ଧରାରେ

ଝରିବାକୁ ଲୁହ ହୋଇ ଲହୁଭାରେ ଡରେ

ନିଶ୍ଚିହ୍ନ ହେଲେଣି ଅକଳନ ରକ୍ତ ସମ୍ପର୍କର

କେତେ ଭରା ସଂସାର ଶୂନ୍ୟ କରି ମହାମାରୀ ମୋ କାନକୁ ଧରେ ।


କିପରି ଲେଖିବୁ ! ତୁ କଣ ଜାଣୁ ?

ମୁଁ ଟିକେ ଶୁଣେ !

ପ୍ରଥମ ଲହରୀରେ ଲକ୍ଷ ଲକ୍ଷ ଧରି ଉଦରରେ

ଦ୍ୱିତୀୟରେ ତ୍ୱରାନ୍ୱିତ ତୃତୀୟକୁ ମଣେ ।


କାହାକୁ ତାରିଲି କାହାକୁ ମାରିଲି

ଲେଖିବୁ ତୁ କି ଇତିହାସ

ମୃତ୍ୟୁମୁଖୁ ଠେଲିଦେଲି ତୋତେ ଭୟଙ୍କର ଶ୍ୱାସକଷ୍ଟ ଦେଇ

ତଥାପି କୋଟିଜନ କରିଗଲେ ଧରାକୁ ଉଶ୍ୱାସ ।


ସୃଷ୍ଟିକର୍ତ୍ତା ମୋର ସାଜି ସ୍ରଷ୍ଟାକୁ ତୁ କରୁ ଉପହାସ

ପରିବେଶ ପରିଚ୍ଛଦ ଏ ଯେ ପଞ୍ଚଭୂତ ଦାସ

ବିକାରରେ ମଦମତ୍ତେ ମାତିଅଛୁ ସର୍ବତତ୍ତ୍ଵେ

ଦେଖିବାକୁ ଡାକୁଅଛୁ ! କି ବୀଭତ୍ସ ମୋ ଗ୍ରାସ ?


ରାସ୍ତାଘାଟ ଖାଁ ଖାଁ, ମୁହେଁ ତୁଣ୍ଡି ବାନ୍ଧି ତୋର ସ୍ୱଚ୍ଛନ୍ଦକୁ ନେଲି

ଘରେ ଲୁଚି ତାଲାଦେଇ ଡାକୁ ତ୍ରାହି ତ୍ରାହି ନ ପାଇ ଉପାୟ

ସଂକ୍ରମଣ ଭୟେ ମୋର ପୃଥ୍ଵୀ ଥରହର

ପିତାମାତା ଦାରା ସୁତ ଅସ୍ପୃଶ୍ୟ ବିଚାରେ ହୃଦୟ ।


କେତେ ଚିହ୍ନାଜଣା ସ୍ୱଜନ ବାନ୍ଧବ ଦେଶ ବିଦେଶରେ

ଭାସିଗଲେ ଲହଡ଼ି ମାଡ଼ରେ ଭସାଇ ଲୋତକର ବାରି

କେଉଁଠି ପାଞ୍ଚବର୍ଷ କନ୍ୟା ଛାଡ଼ି ସର୍ବେ ଗଲେ ହୁଡ଼ି

ବର୍ତ୍ତିଗଲେ କହିଁ ପିତାମାତା ଏକମାତ୍ର ଯୁବାପୁତ୍ର ହାରି ?


ବଞ୍ଚିବାର ରାହା ଖୋଜେ ଅନେକ ସମ୍ପର୍କ ତା’କରାଳ ମୁଖରୁ ଶୁଭୁଛି

ଶୈଶବ ବାର୍ଦ୍ଧକ୍ୟ ବୈଧବ୍ୟର ଆକୁଳ ଆର୍ତ୍ତନାଦ

କିଏ ବା ଶୁଣିବ ଏଠି କାହାର ବିଚାର

ପିଠିପରେ ପାହାଡ଼ର ଦୁଃଖଭାର ଆଜି ହିଁ ସମ୍ପଦ ।


ପାଳିଥିଲା ପୁତ୍ରମଣି ଘିଅ ମହୁ ଦେଇ

ନ ପାଇଲା ନିଆଁ ମୁଖେ ପର କାନ୍ଧେ ଶବ ହୋଇ

ଅଦୃଶ୍ୟ ଭୂତାଣୁ ତ୍ରାସେ ସ୍ୱଜନ ଦୂରେଇ କାନ୍ଦଇ

ନିୟତିର କ୍ରୂର ନୀତି ଅନ୍ତିମ ସଂସ୍କାର ରୀତି ଆଜି ପିତା ଭାଗ୍ୟେ କାହିଁ ?


କୁଢ଼ କୁଢ଼ ଶବ ଶୁଏ ଯୁଇ ଅନାଥର ଅପଯଶ ନେଇ

ସମୟର ଆଢୁଆଳେ ଅନାଥ ଶୈଶବ ପୁଣି କାନ୍ଦେ କଇଁ କଇଁ

ଭୀତତ୍ରସ୍ତ ଏ ସାରା ଦୁନିଆ ଈଶ୍ୱରଙ୍କୁ ଖୋଜେ ରକ୍ଷା ପାଇଁ

ଜୀବନ ଜୀବିକା ମଧ୍ୟେ ଦୁଇ ଚକିରେ ପେଶି ହେଉଥାଇ ।


କେତେବେଳେ କାହା ପାଳି କିଏ ବା କହିବ

ଶଙ୍ଖ ମର୍ ମର୍ ସୌଧରୁ କିଏ କେତେ ବା ନିଅଇ

ଅମାନିଆ ମଣିଷ କିଛି ମୂଢ଼ପଣେ ସାହସୀ ବୋଲାନ୍ତି

ନିଜ ପାଇଁ ବେପରୁଆ କିଛି ଆତ୍ମୀୟକୁ ଦିଅନ୍ତି ହଜାଇ ।


କେମିତି ସହିବ ହୃଦୟ ପ୍ରିୟଜନ ବୁକୁଚିରା ଯନ୍ତ୍ରଣାର ହାଟ

ଆଖି ଆଗେ ଆଖି ବୁଜେ ଅମ୍ଳଜାନ ବିନା ପାଇ ଶ୍ୱାସ କଷ୍ଟ

ନାଚାର ଏ ମଣିଷର ସକଳ ପ୍ରୟାସ ମଙ୍ଗଳ ଯାତ୍ରାକୁ ଯେ କରିଅଛି ପରିପୃଷ୍ଟ

ଛାର ଭୂତାଣୁ କବଳୁ ମୁକ୍ତି ଯୁଦ୍ଧେ ସାରା ଜଗତ ନଷ୍ଟଭ୍ରଷ୍ଟ ।


ଅବହେଳା କରି ରୀତି ନୀତି ପ୍ରକୃତି ପ୍ରୀତିର

ବାନ୍ଧୁଅଛୁ ବୃଥା ଆଶା ଦୁନିଆକୁ କରିବାକୁ ବଶ

ଭସ୍ମାସୁର ପରି ମୋତେ ଦେଇ ବର

ବଡ଼ାଇ ବଢ଼ାଇ ପାଳୁ ଈର୍ଷା ଦ୍ଵେଷ । 


ପୁନର୍ଜନ୍ମ ଦେଇ ମୋତେ

ଭାବୁଛୁ କି ତୁ ବଳିୟାର

ଇଛାମତେ ସଂହାରିବୁ ମୋତେ ବାରମ୍ବାର

ଭିନ୍ନ ରୂପେ ଭ୍ରମାଇବି ମୁହିଁ ଜାତିସ୍ମର ।


ଭାବିକି ପାରୁଛୁ କୃତ୍ରିମ ଜୁଆର ମୋ କେତେ ବଳବାନ ?

ସ୍ୱପାଦରେ କୁରାଢୀ ମାରି ଭାବୁ ମରୁଅଛି ଆନ

ପ୍ରାକୃତିକ ଦୈବ ରୋଷ କଳି କି ପାରିବୁ ?

ସଚେତନ ହୁଅ ବଞ୍ଚିବାକୁ, ସମୁଦ୍ରକୁ ଶଙ୍ଖେ ଆଜି ତୋ ଟୀକା ଉଦ୍ଭାବନ ।


ରାଜନୀତି କୂଟନୀତି ରାଜା ପ୍ରଜା ସର୍ବେ ସଂକ୍ରମିତ

ଆପ୍ରାଣ ଉଦ୍ୟମ ବଳେ ଯମ ହାତୁ କିଛି ପ୍ରାଣ ରଖୁଅଛି ସରକାରୀ କଳ

ବିଶ୍ୱର ଆପଦବେଳେ ଦେଶ ବିଦେଶ ମିଳି କରୁଛନ୍ତି ପ୍ରତିହତ

କୋଭିଡ଼ ନିୟମ ମାନି ଶତପ୍ରତିଶତ ହରାଇବା ଆସ ତାକୁ ଦେଖାଇ ଏକତାର ବଳ ।



Rate this content
Log in

Similar oriya poem from Tragedy