STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ମହାଲକ୍ଷ୍ମୀ

ମହାଲକ୍ଷ୍ମୀ

2 mins
212


ମାର୍ଗଶୀର ଗୁରୁବାର ପ୍ରଭାତରେ

ଅଳଙ୍କାର ମଣ୍ଡି ହୋଇ ।

ଶ୍ରୀମନ୍ଦିରୁ ମହାଲକ୍ଷ୍ମୀ ବାହାରିଲେ

ପଡି ଚରଚିବା ପାଇଁ ॥୧॥

କାହାରି ଦୁଆରେ ନଦେଖିଲେ ଶୁଚି

ଚାଲିିଲେ ସେ ଦାଣ୍ଡେ ଦାଣ୍ଡେ ।

ଶ୍ରୀୟା ଚଣ୍ଡାଳୁଣୀ ଘରେ ଶୁଚି ଦେଖି

ପ୍ରବେଶ ହୋଇଲେ ଚାଣ୍ଡେ ॥୨॥

ପଦ୍ମ ଫୁଲେ ତାଙ୍କ ବଳିଲା ଶରଧା

ଉଭା ହେଲେ ତା ଉପର ।

ପୂଜାରେ ସନ୍ତୁଷ୍ଟ ହୋଇ ମହାମାୟୀ

ଯାଚିଲେ ତାହାକୁ ବର ॥୩॥

ଶ୍ରୀୟା ମାଗେ ବର କି ବର ମାଗିବି

ମାଗୋ ମାଗି ନଜାଣଇ ।

ଗୋଗୋଷ୍ଠକୁ ଦେବୁ ଲକ୍ଷେ ପଦ୍ମ ଗାଈ

କୁବେର ସମ୍ପଦ ତୁହି ॥୪॥

କୋଳକୁ ନନ୍ଦନ ହସ୍ତେ ସୁନାବାହି

ସଦା ଥିବ ମୋର ରହି ।

ଚାରିଯୁଗରେ ମୁଁ ବସି ରହିଥିବି

ଅମର ପଦକୁ ପାଇ ॥୫॥

ସବୁ ବର ତୋର କଲି ମୁଁ ସ୍ୱୀକାର

କେବଳ ଅମର ବର ।

ଦେଇ ନ ପାରିବି ସେ ବର ଦେବାକୁ

ଶକତି ନାହିଁ ମୋହର ॥୬॥

ଯେତେଦିନ ଥିବୁ ମହୀ ମଣ୍ଡଳରେ

ଐଶ୍ୱର୍ଯ୍ୟ ଭୋଗ କରିବୁ ।

ଦେଲି ଏହି ବର ଅନ୍ତକାଳେ ଯାଇ

ବିଷ୍ଣୁ ପଞ୍ଜରେ ପଶିବୁ ॥୭॥

ବର ଦାନ କରି ମହାଲକ୍ଷ୍ମୀ ଯେବେ

ଶୀରିମନ୍ଦିରେ ଚଳିଲେ ।

ସିଂହଦ୍ଵାରେ ଜଗନ୍ନାଥ ବଳରାମ

ବସି ଅଛନ୍ତି ଦେଖିଲେ ॥୮॥

ବାରଣ କରିଲେ ପ୍ରଭୁ ଜଗନ୍ନାଥ

ଚଣ୍ଡାଳ ସାହିକୁ ଯାଇ ।

ମନ୍ଦିରେ ପଶିବ କିପରି କହୁଛ

ଚଣ୍ଡାଳ ବିଟାଳ ହୋଇ ॥୯॥

ଛାଡିଲି ବୋଲି ବୋଇଲେ ଜଗନ୍ନାଥ

ଲକ୍ଷ୍ମୀ ଅଙ୍ଗୁ ଅଳଙ୍କାର ।

ସବୁ ରଖି ଦେଇ ତାଙ୍କୁ ଶାପ ଦେଇ

ସେଠାରୁ ହେଲେ ବାହାର ॥୧୦॥

ବୋଇଲେ ବାର ବରଷ ଦୁଇ ଭାଇ

ଅନ୍ନ ଜଳ ନପାଇବ ।

ମୁହିଁ ଚଣ୍ଡାଳୁଣୀ ଟେକି ଦେଲେ ଅନ୍ନ

ଭୋଜନ ଦୁହେଁ କରିବ ॥୧୧॥

ଏତେ ବୋଲି ମହାଲକ୍ଷ୍ମୀ ଗଲେ ଚଳି

ବିଶ୍ବକର୍ମାଙ୍କୁ ହକାରି ।

ସମୁଦ୍ର କୂଳରେ ମନ୍ଦିର ନିର୍ମାଣି

ରହିଲେ ଦାସୀଙ୍କୁ ଧରି ॥୧୨॥

ଜଳ ନପାଇଲେ ଜଗନ୍ନାଥ ବଳରାମ

ପାହିଲା ରଜନୀ ।

ବାର ଦ୍ବାର ବୁଲି ହେଲେ ହୀନିମାନ

ନମିଳିଲା ଅନ୍ନ ପାଣି ॥୧୩॥

ପଦ୍ମ ପୋଖରୀର ସାତତାଳ ପାଣି

କୁଆଡେ ଉଭେଇ ଗଲା ।

ଖଇ ଗଲା ଉଡି ବ୍ରାହ୍ମଣୀ ହାଣ୍ଡିରୁ

ଭାତ କାହିଁ ଉଭାଇଲା ॥୧୪॥

ଯୋଗୀର ଥାଳରୁ ଉଭେଇଲା ଭାତ

ବଳରାମ ଜଗନ୍ନାଥ ।

କଲବଲ ହୋଇ ଇତସ୍ତତେ ହେଲେ

କ୍ଷୁଧା ତୃଷାରେ ଆରତ ॥୧୫॥

ଉପାୟ ନପାଇ ଲକ୍ଷ୍ମୀଙ୍କ ଦ୍ବାରରେ

ଦୁହେଁ ହୋଇ ଉପଗତ ।

ଭିକ୍ଷାଶୀ ହୋଇଲେ ଦାସୀଙ୍କୁ ମାଗିଲେ

ଅନ୍ନ ଭୋଜନ ତୁରିତ ॥୧୬॥

ନୂଆ ହାଣ୍ଡି ସଞ୍ଚା ଦାସୀ ଦେଲେ ଆଣି

ରନ୍ଧନ କରି ନପାରି ।

ହାଣ୍ଡିକି ପିଟିଲେ ବଳରାମ ଯେବେ

କେବେ ନଜଳିଲା ଚୂଲି ॥୧୭॥

ଦାସୀଙ୍କୁ କହିଲେ ସେହି ଘରେ ଦୁହେଁ

କରିବେ ଅନ୍ନ ଭୋଜନ ।

ଶୁଣି ମହାଲକ୍ଷ୍ମୀ ହୋଇଲେ ପ୍ରସନ୍ନ

ତକ୍ଷଣି କଲେ ରନ୍ଧନ ॥୧୮॥

ବିବିଧ ବ୍ୟଞ୍ଜନ କରିଲେ ରନ୍ଧନ

ପୋଡପିଠା ସହ ମାତ ।

ସ୍ନାନ ସାରି ଜଗନ୍ନାଥ ବଳରାମ

ସେ ଘରେ ଖାଇଲେ ଭାତ ॥୧୯॥

ମହାଲକ୍ଷ୍ମୀଙ୍କର କର ଧରି ପ୍ରଭୁ

ଜଗନ୍ନାଥ କଲେ ଅଳି ।

କହିଲେ ରହିଲା ତୁମ ବଡପଣ

ଶ୍ରୀମନ୍ଦିରେ ଯିବା ଚଳି ॥୨୦॥



Rate this content
Log in

Similar oriya poem from Inspirational