STORYMIRROR

Snigdha Nayak

Classics Others

3  

Snigdha Nayak

Classics Others

ମହାବାହୁ

ମହାବାହୁ

2 mins
53


ଗାଁ'ପଣ୍ଡିତ ପୁଅ ଯାଇଛି ବୁଲି ପୁରୀ ସହର

ପାଟି ମେଲାଇ ଦେଖେ ସାରା ନଗର


ବଡ଼ ସମୁଦ୍ର ଗୋଟାଏ ତହୁଁ

ତା'ପାଖରେ ତୋଳା ବଡ଼ ମନ୍ଦିର ଟେ ଯହୁଁ


ସେଇଠି ପାଆନ୍ତି ପୂଜା ମହାବାହୁ

ଜଗତର ନାଥ ସିଏ, ଜଗନ୍ନାଥ ବୋଲି କହୁ


ଚକା ଚକା ବଡ଼ ଆଖି

ଖାଆନ୍ତି ଷାଠିଏ ପଉଠି ଭୋଗ ମନଲାଖି


ଭଉଁ.. ଭଉଁ ,ହୋଇ ସାଗର ଗରଜୁଥାଏ

ବାଇଶି ପାହାଚେ ପାଦ ଦେଉ ଦେଉ ଆଉ ନ ଶୁଭେ


ସେ ମନ୍ଦିର ଗରିମା କହିଲେ ନ ସରେ

ପବନ ବୁହେ ଯୋଉଦିଗେ

ଉଡେ ବାନା ,ତା'ବିପରିତ ଦିଗେ


କିମ୍ ଆଶ୍ଚର୍ଯ୍ୟ ମନ୍ଦିରେ ନ ବସଇ ପାରା,

କି ନ ପଡଇ ମନ୍ଦିର ଛାୟା


ସବୁ ସେ ଜଗତ ଠାକୁର ଙ୍କ ମାୟା

ବୈଜ୍ଞାନିକ ବି ହେଲେଣି କାରଣ ଖୋଜି ବାୟା


ତିନି ଠାକୁରଙ୍କ ତିନିରଥ,ହେଉଛି ସଜ

ନନ୍ଦିଘୋଷ, ଦର୍ପଦଳନ ଆଉ ତାଳଧ୍ବଜ


ଆସିଲେଣି ଦୂର ଦେଶୁ ଅନେକ ଭକତ

ଦେଖିବା ପାଇଁ ପୁରୀ ସହରେ ଏ ଯାତ


କୁହନ୍ତି ପଣ୍ଡିତ ପୁଅକୁ, ଧରିଥା ମୋ ହାତ

ନହେଲେ ଜାଣି ନ ପାରି , ଖୋଜିବୁ ବାଟ


ରଥରେ ଭାଇ ,ଭଉଣୀ ସଂଗେ ବିରାଜିଛି

ଆସି ସେଠାରେ ରାଜା ଛେରା ପହରା କରୁଛି


ଦେଖି ଜାତ ପଣ୍ଡିତ ପୁଅ ଆଇଲା 

ଗାଁ'ଯାକ ବୁଲି ବୁଲି ମହାବାହୁ ଙ୍କ ଗାଥା ଗାଇଲା ।

ସ୍ନିଗ୍ଧା ନାୟକ, କୋଟା,ରାଜସ୍ଥାନ ।।



Rate this content
Log in

Similar oriya poem from Classics