STORYMIRROR

Kanaka barddhan Sahu

Classics

2  

Kanaka barddhan Sahu

Classics

ମହାବାହୁ

ମହାବାହୁ

1 min
13.7K


ବନମାଳୀ ଦାସ


ମହାବାହୁ, ମୋ ସମ ନାହିଁ କେ ଦୁଃଖୀ

ଉଦର ଚିନ୍ତାରେ ତିନ୍ତାଇ ନୟନ

ଦିନୁ ଦିନ ଗଲି ଶୁଖି ।।

ଇତର ଜନରେ ଯାଚକ ହେବାକୁ

ବିଶେଷେ ମାଡ଼ଇ ଲାଜ

ଅନ୍ତର ବେଦନା କେ ଅବା ଜାଣିବ

ତୁମ୍ଭ ବିନୁ ଦେବରାଜ ।।

ଗାଦୀଶ୍ୱରମାନେ ଯେତେ ଯେ ଅଛନ୍ତି

ସେ ସର୍ବେ ତ ଗର୍ବେ ମତ୍ତ

ସଦ୍ ବେଶ ଧରି ଆତ୍ମା ନ ଚିହ୍ନନ୍ତି

ଉପାଧି ବହି ମହନ୍ତ ।।

ପ୍ରଭୁ ତୁମ୍ଭ ଭଳି ଥାଉଁ ତାଙ୍କୁ ଅଳି

କରିବି କି ସୁଖ ଲାଗି

ଆଯାଚକ ପଣେ ରହି ଚିନ୍ତାମଣେ

ତବ ନାମେ ଅନୁରାଗୀ ।।

ହେ ଦୁଃଖ ନାଶନ ହେ ଗରୁଡ଼ାସନ

ତୁମ୍ଭେ ସିନା ମୋର ଥାତି

ଅକିଞ୍ଚନ ବନ୍ଧୁ ନୀଳାଚଳ ଇନ୍ଦୁ

କରୁଣା କିମ୍ବା ନିହାତି ।।

ଶରଣ ରକ୍ଷଣ ହେ ପଦ୍ମ ଈକ୍ଷଣ

ମୋ ଦୁର୍ଦ୍ଦଶା ଦିଅ ଟାଳି

ଚନ୍ଦନ ଅର୍ଗଳି ସମୀପରେ ଅଳି

କରେ ଦାସ ବନମାଳୀ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics