STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ମହାବାହୁ ଜଣାଣ ଚଉତିଶା

ମହାବାହୁ ଜଣାଣ ଚଉତିଶା

7 mins
322

ମହାବାହୁ ଜଣାଣ ଚଉତିଶା

ରାଗ – କାମୋଦୀ

କବି ସୂର୍ଯ୍ୟ ବଳଦେବ ରଥ


କମଳ ବାସିନୀପ୍ରାଣବାନ୍ଧବ ହେ

     ଆର୍ତ୍ତତ୍ରାଣ କମନୀୟ ମୁଖଚନ୍ଦ୍ର .

 କମ୍ବୁମଧ୍ୟପୁରୀ ନୀଳ ବସୁନ୍ଧରାଚୂଳ ଗୃହାଗୃହ ବିହରୀ ପାରିନ୍ଦ୍ର ହେ ମହାବାହୁ .

କରଣପକୁଳ କ୍ଷୟଦକ୍ଷ, କୃପଣକାମିତ କଳ୍ପବୃକ୍ଷ, କହି ନୋହିବା କଦନ,

ସିନ୍ଧୁ ନିମଜ୍ଜନଜନ କର୍ଣ୍ଣଧାରବର ରକ୍ଷ ରକ୍ଷ ହେ (1)


ଖଣ୍ଡପରଶୁ ବନ୍ଦନ, ମୁରଲୀ ସୁସାବଧାନ ଖମଣିମଣ୍ଡଳମଧ୍ୟବାସୀ .

ଖଗାଧିପଧ୍ୟଜ ବ୍ରଜ, ଖଞ୍ଜନନେତ୍ରାସମାଜ, ଚଞ୍ଚଳା କୌତୁକ ଅଭିଳାଷୀ ହେ ମହାବାହୁ .

କ୍ଷୀଣଜନଙ୍କର ଅନ୍ତଃସାର ଖଣ୍ଡିତ ମେଦିନୀ ଭୟଭାର, ଖରମୟୁଖର ପୁତ୍ର ଚରକର

ଦର ନିବାରଣ ଦୟା କର ହେ (2)


ଗହନେ ଗର୍ଭିଣୀ ଏଣୀ ଗରିଷ୍ଠ ବିପଦ ପୁଣି, ଗୁହାରି ଗର୍ଭକ ସ୍ତୁତିକଲା .

ଗୋତ୍ର ଅମିତ୍ରଙ୍କୁ ଫରମାସିବା ମାତ୍ରକେ ତାର କେତେ ବଡ ଦର ଦୁର ହେଲା ହେ ମହାବାହୁ .

ଗୋପେ ଗୋବସା ଗୋପିକା ଗୋପ, ଗ୍ରାସି ହେଉଥିଲା ଶକ୍ର କୋପ, ଗୋବର୍ଦ୍ଧନ ଗିରିଛତ୍ର,

ଟେକି ଟେକି ପଦ୍ମନେତ୍ର ବିହିଲ ସେ ଉପତାପ ଲୋପ ହେ (3)


ଘନା ଘନଘୋଟ ଘୋର, ନୃଶଂସ ହିରଣ୍ୟାସୁର ବାଞ୍ଛି ନିଜ ତନୁକର ବଧ .

ଘର୍ମାକ୍ତ ତୀବ୍ର କୋପରେ, ଘଟାଇଲା ତା ଉପରେ, ବଜ୍ରାଧିକ ଅନେକ ଆୟୁଧ ହେ ମହାବାହୁ .

ଘେନି ଯୁବା ସିଂହ ଅବତାର, ଘାତ- ମାତ୍ରକରେ କରଜର, ଘଟି ଅର୍ଦ୍ଧକରେ,

ଭକ୍ତ ପ୍ରହ୍ଲାଦର ଭୟମୁକ୍ତ, କଲ ପରା ତୁମ୍ଭେ ଚକ୍ରାୟୁଧ ହେ (4)



ନାଗନାଥକୁ ସଲିଳେ, ନକ୍ର ଆକର୍ଷିଲା କାଳେ, ଲକ୍ଷ୍ମୀ ଅକ୍ଷଖୋଳେ ଥିଲ ମାତି ନିରେଖି

ସାରକୁ ଭଲେ, ନିମେଷ ମଧ୍ୟେ ଦେଖିଲେ, ନାଗାରି ହେବାର ଖର ଶ୍ୱାସୀ ହେ ମହାବାହୁ.

ନକ୍ରକର୍ତ୍ତନରୁ ଚକ୍ରଧାର , ନିନ୍ଦୁଥିଲା ବନ୍ଧୁକ ପ୍ରକର, ନିଖିଳ ଲୋକେ ଏ ଯଶ ନାଚୁଛି ହେ ଜଗଦୀଶ, ନୋହିଲାଟି କେଉଁ ଖ୍ୟାତି କର ହେ (5)


ଚତୁର୍ଦ୍ଦଶ ଲୋକେ ଯେଉଁ , ଚକ୍ରପରାକ୍ରମ ଗାଉ ଅଛନ୍ତି ଅଭୟ ପାଇ ନିତି .

ଚକାନୟନ ହେ ସେହିଚକ୍ରକୁ ଶ୍ରୀକରେ ବହି, ଚାହୁଛ ତ ମୋହର ବିପତ୍ତ ହେ, ମହାବାହୁ .

ଚରାଚରେ ଚିତ୍ର ଅତି ହେଲା, ଚକୋର କି ଚକ୍ର ନପାଇଲା, ଚିନ୍ତୁଛି ମୁଁ ଚିରନ୍ତନ ହେବାରୁ

ତାର୍କ୍ଷ୍ୟକେତନ, ଚିରାଳ କି ଚିରା ହୋଇଗଲା ହେ (6)


ଛଳଯତି ବେଶ ଧରି, ଛଦନ ଶାଳାରୁ ହରିନେଲା ଯେ ଦେବାକୁ ଶୁରାମିତ୍ର .

ଛେଦି ତାହାକୁ ମାର୍ଗଣେ, ଛିତ୍ର କୁହା ବିଭିଷଣେ, ଟେକାଇଲ ଆପଣେ ତ ଛତ୍ର ହେ, ମହାବାହୁ .

ଛାର ଦୁଃଖ କେତେ ଅବା ମୋର, ଛାୟାନାଥ ତୁମ୍ଭେ ସେ ଅନ୍ଧାର, ଛଦ୍ମେ ବଳିଦ୍ୱାର ଖର୍ବ ଦ୍ୱିଜେନ୍ଦ୍ର

ବେଶେ ତା ପର୍ବ ଛଡାଇଲ ପରମ ଈଶ୍ୱର ହେ (7)


ଜଗତେ ଜାଣନ୍ତି ଜନ, ଯାହାକଲା ଦୁଃଶାସନ, ଦୃପଦଜେମାକୁ ସଭାତଳେ,

ଜଳଜ ଚରଣେ ସ୍ତୁତି କଳ୍ପିବାରୁ ମହାସତୀ, ପ୍ରତିଷ୍ଠା ତୁଟିଲା ନାହିଁ ହେ ମହାବାହୁ .

ଜମା ହୋଇଥିଲେ ଯେତେ ଜନ ଜଣେ ଦେଖିନାହିଁ ଅପଘନ, ଜୟରବେ ଜଗଭ୍ରୟ

ଜଠର ପୂରିଲା ଭୟ ନିବାରଣ ଜଳଧିଶୟନ ହେ (8)


ଝଞ୍ଜା ନିଜେ ଝାଡଦଳ ଝଡିଗଲାପରି ଜଳ, ଝରିଗଲାପରି ଫଟାଘଟୁ .

ଝାଙ୍କି ମନସ୍ତାପ ଭୟ ଅମଳେ ମୋ ଆୟୁକ୍ଷୟ ହୋଇଲାଟି ଦିନ ଦୟାପଟୁ ହେ, ମହାବାହୁ .

ଝଟତି ମୋ ଅଭିଳାଷପୁର, ଝିମିଟି ହେଲାଟି ମନ୍ୱନ୍ତର, ଝାଞ୍ଜିତପ୍ତ ଅଳ୍ପ ଜଳ ଜମ୍ବାଳ ବଶୁଁ

ବ୍ୟାକୁଳ ଝଷଦଶା ହୋଇଲା ମୋହର ହେ (9)



ନୃଗନାମେ ନୃପବର ନିରୟେ ନିମଜି ଚିରକାଳୁ ହୋଇଥିଲେ କୃକସରି .

ନବୀନ ନୀରଦ ନିନ୍ଦା, ନବ ରତନ ବିସନ୍ଧା, ଶ୍ରୀହସ୍ତେ ତାହାଙ୍କ କର ଧରି ହେ ମହାବାହୁ .

ନେଇ ଯିବାକାଳେ ତୁଲେ ତୁଲେ, ନିରେଖି ତାହାଙ୍କ ତେଜ ଭଲେ, ନାକ ନିତମ୍ବିନୀମାନେ,

ନନ୍ଦନବନ ପ୍ରସୂନେ, ନିତି ନିତି ଉପହାର ଦେଲେ ହେ (10)


ଟେକିଛି ଅଦ୍ୟାପି ପୀନ, ବାହୁ ଯୁଗୋଳକୁ ଦୀନ, ଜନରେ ଛାୟା ଦେବାକୁ ଚିନ୍ତି

ଟାକି ରହିଛି ମୁଁ ସେହି ବାହୁ ବୃନ୍ଦାରକ ମହୀରୁହ ଅନାତପଙ୍କୁଟି ନିତି ହେ . ମହାବାହୁ .

ଟିକିଏ କରୁଣା ଜାତହେଉ , ଟୋପାଏ ତହୁଁ ଏ ଟେକାପାଉ, .ଟାଳିଦେଲେ ଭାବଗ୍ରାହୀ,

ଦୁର୍ଗତି ଦୁଃଖକୁ ଚାହିଁ,ଟମକ ପିଷ୍ଟପେ ବାଜି ଯାଉ ହେ (11)


ଠଣାଦାରପରି କାଳ,କରରେ ଧରି କରାଳ, ଦଣ୍ଡ ଜଗି ରହିଅଛି ଠଣା .

ଠିକମାର୍ଗ ପରିହରି, ଠକଆଚରଣ କରି ବଞ୍ଚିବା ଜନ୍ତୁର କି ଠିକଣା ହେ, ମହାବାହୁ .

ଠଉରଥିବାର ଏ ଜଗତେ, ଠଉରାଇ ଗତି ହିତାହିତେ, ଠାକୁର ମାନଙ୍କ ମଥାମଣି ହେ

ମୁଁ କେଉଁକଥା କରିବି ବିଚାର ଦିବ୍ୟ ଚିତ୍ତେ ହେ (12)


ଡାକି ଗଉରବେ ଆଣି ବନ୍ଦନୀୟ ଜନ ପ୍ରାଣୀ, ପଦ୍ମେ ଦେଉ

ନାହିଁ ବରାଟକି ଡୁବାଇ ନାବିଁ ମସ୍ତକ, ମନ୍ଦାକିନି ହ୍ରଦୋଦକ ପୁରେ ପଶି ହରି ହଗି ଡାକି ହେ ମହାବାହୁ . ଡରୁଛି ଯେ ଛାମୁରେ ତୁମ୍ଭର, ଡାକୁଅଛି ଆହେ ବିଶ୍ୱମ୍ଭର, ଡିମ୍ଭର ଦୋଷ କଳାପ,

ତୁମ୍ଭେ ପରା ବାପ ମାଫ, ନକଲେ କି କରିବ ଇତର ହେ (13)


ଡାକି କରୁଣା ପୀୟୁଷ ଅଶେଷ ଦୋଷୀଙ୍କ ଦୋଷ, ନାଶିବାରୁ ସିନା ବାରଂବାର .

ଢକ୍କା ବାଜୁଛି ସଂସାର, ମଧ୍ୟେ ଏହି ଅନ୍ତଃସାର ସକାଶୁଁ ମୁଁ କରୁଛି ବ୍ୟାପାର ହେ, ମହାବାହୁ .

ଢାଳେ କ୍ଷିତି ଅନାଇ ନ ଚାଲି, ଢମ କହୁଅଛି ଛାତି ଠେଲି, ଢାଙ୍କିରହିଥିବା, ଦାବାଗ୍ନିକି ନାଥ

ମୋର ଢୋକି ଦେବେ ଅନାୟାସେ ବୋଲି ହେ (14)


ଅପରିମିତ ମହିମ ଅଘ ବିଧ୍ୱଂସନ ନାମ, ଅତ୍ୟନ୍ତ ପ୍ରବଳ ହେଲେ ହେଲେ .

ଅପରାଧ ହେବା ଡରେ, ଅଘର ଆତଙ୍କନରେ, ଆସକ୍ତ ନୋହିବା ଜାଣେ ଭଲେ ହେ ସହାବାହୁ .

ଅଣୁଏ ଆୟତ ନାହିଁ ମୋର, ଆଚରୁଛି ପାତକୀ ପ୍ରକାର, ଆପଣ ହୃଦେ ନିବାସ କରି ଯେଉଁ

ଫରମାସ, କରୁଛ ତା କରୁଛି କିଙ୍କର ହେ (15)

ତାରିବାକୁ ମାରିବାକୁ ତାପାର୍ତ୍ତି ନିବାରିବାକୁ ତୁମ୍ଭତୂଲ୍ୟ ପ୍ରଭୁ ଆଉ ନାହିଁ .

ତପନୀୟ ଗିରିତଳେ ତପୋଧନମାନେ ତିଳେ ତବ ତତ୍ତ୍ୱ ଜାଣନ୍ତି ବା ନାହିଁ ହେ, ମହାବାହୁ .

ତର୍କି ନ ପାରିବାରୁ ବିଭୂତି, ତସ୍କର ବନିଲେ ପ୍ରଜାପତି, ତନୁରୁ ତର୍ଣ୍ଣକ ଶିଶୁ, ତକ୍ଷଣେ ହେବା

ସକାଶୁଁ, ତଳେ ଲୁଠି ଲାଜେ କଲେ ସ୍ତୁତି ହେ (16)


ଥିବାରୁ ମଞ୍ଜୁଷେ ଗଣ୍ଠି, ପରି ହେ, ବୈକୁଣ୍ଠକଣ୍ଠୀ, ରବ ତବ ପ୍ରଭାବ ମୋ ମନେ .

ଥୁଆ ଧନ ସିନା ଭୋଗ , କରି ହରିବି ଉଦ୍ ବେଗ, ବୋଲି ଭାବୁ ଭାବୁ ଅନୁଦିନ ହେ, ମହାବିହୁ

ଥାଏ ମୋ ଭରସା ମେରୁପରି, ଥାପିରେ ଧଇର୍ଯ୍ୟ ଥାଏ ପୂରି,ଥରୁଅଛି ଏବେ ଭୟଭରେ

ଅନୁକମ୍ପାମୟ; ନୟନାନ୍ତ ଛଟା ଦିଅ ଠାରି ହେ (17)


ଦିନେ ଦୟାଳୁତା ବାନାଦୃଶ୍ୟ କରାଇଲେ ସିନା, ଦୀନବନ୍ଧୁ ନାମକୁ ତୁମ୍ଭର .ଦୁଷ୍ଟ ଦୁଃଖ ବନ୍ଦଶୁକ,

--ଦଷ୍ଟ ହୃଦନ୍ତର ଲୋକ, ରକ୍ଷା ଜାଙ୍ଗଳିକ ପୁରନ୍ଦର ହେ, ମହାବାହୁ .

ଦରିଦ୍ରକୁ ଦାନଦେବା ଯଶ, ଦିଗନ୍ତକୁ କରଇ ଅଶ୍ଳେଷ, ଦଇବେ ତ୍ରବିଣବନ୍ତ ଜନେକଲେ

ବିତ୍ତ ହତ୍ତ ଦାତାର କି ହେବ ପଉରୁଷ ହେ (18)


ଧରିଥିଲେ ତରୁ ରୂପ,ଧାତାପୁତ୍ର ମୁନିଶାପ, ବଶୁଁ ଧନାଧିନାଥଙ୍କ ସୁତେ . ଧରାଇଲ,

ଦିବ୍ୟତନୁ, ଧୃବକୁ ବାଳକ ଦିନୁଁ, ଦିବ୍ୟଧାମ ଦେଇ ଏ ଜଗତେ ହେ ମହାବାହୁ .

ଧଡିଶେଷୁ ସମର୍ପି ନଜର, ଧନୀ ହେଲେ ସୁଦାମ ଭୂସୁର, ଧବଳ କରିଛି ଏହି,

ଯଶବ୍ୟୋମ ତୁଲେ ମହୀ ଧର୍ମ ଧାରାବନ୍ତ ଧୁରନ୍ଧର ହେ (19)


ନିରର୍ଗଳ ଅଧିକାର, ନିତ୍ୟ ନିଳୟ ଯାହାର, ନାଥଙ୍କର ନାମ ଶୁଭୁଅଛି . ନିଷ୍କାରଣ ହଓଇ ତାର,

ନରଦେହ ବହିବାର, ନାଶଗଲା ବୋଲାଇଣ ଛି ଛି ହେ ,ମହାବାହୁ .

ନ ନଚାଇ ଏତେ ଜନମୁଖ, ନି .ୋ.ନା କର ମୋର ସୁଖ, ନଳିନେ ଉଲ୍ଲାସ ଶିରୀ

ନିଧାନ ରଚିଲା ପରି ନବୋଦିତ ମିହିର ମୟୁଖ ହେ (20)


ପ୍ରପନ୍ନ ହୋଇ ମୁଁ ବାରେ ପଦପଙ୍କେ ରୁହ ତଳେ ପଡୁ ପଡୁ ପେଲି ଦେବା ନୋହୁଁ .

ପଡିବି ସିନା ତୁମ୍ଭର ଗର୍ଭେ ଦେଇ କରଭର ପଦାରେ ତ ସ୍ଥଳ ନାହିଁ,ଆଉ ହେ, ମହାବାହୁ .

ପରମ ସୌଭାଗ୍ୟ ମୋର ଏକା , ପରପରିମାଣୁ ନାହିଁଦକା, ପ୍ରଭୁ ପଣକୁ ମାତ୍ରକ ପ୍ରପଞ୍ଚ

ମଣ୍ଡଳଯାକ, ନିନ୍ଦା ହେବ ବୋଲି କରେ ଡକା ହେ (21)


ଫନ୍ଦାକରି ଆପଣଙ୍କୁ, ଫଳ ଲାଭ ବିନା ରଙ୍କୁ, ବଳିଲିଣି ଆଚରଣ ସିନା ଫେଡି ଏ ମାନସ କଥା,

କାଆଗେ କହିବି ବ୍ୟାଥା, ଫେଡି ନେବ ଆଉ ତୁମ୍ଭ ବିନା ହେ, ମହାବାହୁ .

ଫାଟି ଅଛି ଯେବେ ମୋ କରମ, କନ୍ଦାଇବାକୁ ଆପଣ କ୍ଷମ, ଫୁଟୁଥିଲା ପହଣ୍ଡକେ,

ଯେଉଁ କୁବୁଜି ଏହି ଲୋକେ,ନ କଲ କି ତାକୁ ରମ୍ଭା ସମ ହେ (22)


ବିଳମ୍ବ ସହିବା ପୀଡା, ହେଲେହେଁ ବରହଚୂଡା – ବଡଂସ ମୁଁ ବଳିଆଇଁ ଏତେ .

ବିରକତ କରି ଅତି, ବିଜ୍ଞାପନ ନ କରନ୍ତି, ବାଧାବଳି ପଡିଲାଣି ମୋତେ ହେ, ମହାବାହୁ .

ବଳିଷ୍ଟବାହୁ ଯୁଗଳତଳେ, ବେଗେ ମୋତେ ଛାୟାଦିଅ ବେଳେ ବଳଦେବ ବଳହିତାବରଜ

ହେ ସିନ୍ଧୁସୁତା – ବରବନ୍ଦେ ଅମନ୍ଦ ବିକଳେ ହେ (23)


ଭୟାନକ ଭବ ଅହି ସୁଖେ ପଡିଛି ତ ମୁହିଁ, ଭବ୍ୟକଥା ଲୋଡିଲେ କେ ଦେବ .

ଭରଜିଲେ ଭଲେ ଏହା ଭ୍ରମରୁ ହେ ରମାନାହା ଭଲ ଲୋଡେ ନଲୋଡି ଲାଘବ ହେ, ମହାବାହୁ .

ଭରସା ଏତିକି ଥାଏ ମୋର, ଭର୍ତ୍ତା ଯେଣୁ ତୁମ୍ଭେ ବଳିଆର, ଭୁରୁଭଙ୍ଗ ମାତ୍ରକରେ,

ଭସାଇଲ ରତ୍ନାକରେ, ମହୋନ୍ନତ ବହୁତ ଭୂଧର ହେ (24)


ମହାମହିମ ହେ ମଣି, ମଉଳି ଗର୍ତ୍ତକମଣି ମହୋର୍ନତ ମହାଧର ସିନା .

ମନାସି ତୁମ୍ଭର ଯଶ, ପଙ୍ଗୁ ଲଙ୍ଘିଛି ନିମିଷ, ମାତ୍ରକେ ତାହାକୁ ଶ୍ରମ ବିନା ହେ, ମହାବାହୁ .

ମଜ୍ଜିଥିବା ନିଗମକୁ ଛାଣି, ମଲାଗୁରୁ ତନୟଙ୍କୁ ଆଣି, ମହରାବି ଲୋକେ ବର, ମଲ୍ଲୀମାଳା ମନୋହର, କୀର୍ତ୍ତିରେ ମଣ୍ଡିଲ ଯଦୁମଣି ହେ (25)


ଯମଙ୍କ କିଙ୍କରେ ମନ୍ତୁ – ମନ୍ତ୍ର ହେବା  ଯେଉଁ ଯନ୍ତୁମାନଙ୍କୁ ଯାତନା ଦେଉଥାନ୍ତି .

ଯାଗ ଭାଗ ଭୁଞ୍ଜିବାକୁ, ଯୋଗ୍ୟ କରାଅ ତାହାଙ୍କୁ, ଯଶୋଦାଙ୍କ ଯବିଷ୍ଠ ସନ୍ତତି ହେ ମହାବାହୁ .

ଯଦୃଚ୍ଛା ବିଳାସ ବୁଚକ୍ଷଣ, ଯତ୍ନକଲେ ନ ମିଳ ଆପଣ, ଯାବତ ଘଟରେ ବହି -

ରତ୍ନରେ ସନ୍ତତ ରହି , କରୁଛ କି ଇଛା ତୁମ୍ଭେ , ଜାଣ ହେ (26)


ରତ୍ନାକର ଯା ମନ୍ଦିର, ରମା ରମଣୀ ଯାହାର, ଯାହାର କୌସ୍ତୂଭ ସଣିବର .

ରଥସୂତ ବିନତାର, ରଥଚରଣ ହତ୍ୟାର, ରୁଦ୍ରଦେବ ପରା ପରିହର ହେ ମହାବାହୁ .

ରସା ଚରମରେ ପଡି ପଡି, ରହିଛି ସନ୍ତତ କର ଯୋଡି, ରଙ୍କ ଗୁହାରି -- ଭାରତୀ,

ରତ୍ନ କୁଣ୍ଡଳିଆ ଶ୍ରୁତି, ରନ୍ଧ୍ରପାଶେ ଥରେ ଯାଇ ପଡି ହେ (27)


ଲାଗି କାଳେ ଏ ମକର - କୁଣ୍ଡଳ ଯୁଗଳ ମୋର ଦୁଃଖ ଜଣାଇବେ ବୋଲି ଚିନ୍ତି .

ଲଗାଇ ରସାରେ ଶିର, ଲକ୍ଷ ଲକ୍ଷ ନମସ୍କାର, ଲାଞ୍ଚଦେଇ କରୁଥାଏ ସ୍ତୁତି ହେ,ମହାବାହୁ .

ଲଦିହୋଇ ଏତେ ରତ୍ନଗଣ, ଲାଗିଲେ କାହିଁକି ମୋର ରିଣ, ଲଭି ଶ୍ରୁତି ପାଶେ ଘର କର

ଲଗଡ କି ଲାଟସାର ଲୋକରେ ଲୁଳିତ ଲୁବଧଗୁଣ ହେ (28)


ବଡ ମୃଦୁଳ ଏ ବନମାଳା ବୋଲି ପ୍ରତିଦିନ, ବନ୍ଦୀ କରୁଥାଏ ବିଜ୍ଞାପନ, ବିଶେଷେ

ତାହାଙ୍କ ସଙ୍ଗ, କରି ଆସୁଥିବା ଭୃଙ୍ଗ, ପଛେ ଗୋଡାଇବାକୁ ମୋର ମନ ହେ,

ମହାବାହୁ . ବରଜ ବନିକା.ଯାକ ବୁଲି, ବୁଝୁଥାଏଁ ଦେଖି ପ୍ରତି ବଲ୍ଲୀ, ବଇଯୟନ୍ତୀ ବଲ୍ଲରୀ,

ବକ୍ଷରେ ଯେ ଥିଲେ ଶିରୀ, ଛାମୁରେ କି ପଡିଥିଲା ବୋଲି ହେ (29)


ଶରାବଧ୍ ବେଳାକୁ କଳି, କାଳେହେଁ ନିତ୍ୟ ମୁଁ ଲଭି ରତି . ଶଶି କୁରଙ୍ଗକୁ ଶେଷ,

ଧରାକୁ ଶଙ୍କର ବିଷ କଳଙ୍କ ପରାୟେ ବହିଛନ୍ତି ହେ, ମହାବାହୁ .

ଶରଣ ବୋଲିବା ଡାକପଣେ , ଶରଣାର୍ଥୀ ଜନ ତତେ କିଣେ, ଶତ୍ରୁ ହେଲେ ସେ ମୋହର ,

ବୋଲିତ ହୁକୁମକର, ପ୍ରତିପାଳୁ ନାହିଁ ଏବେ କେଣେ ହେ (30)


ଷୋଡଶ ସହସ୍ର ବ୍ରଜସରୋରୁହାକ୍ଷୀ – ସମାଜ ଘେନି ସୁରସୁତା ତାର କୁଞ୍ଜେ .

ଷଡାସ୍ୟଜନକାହିତ ସଙ୍ଗର ପ୍ରସଙ୍ଗେ ମତ୍ତ, ହୋଇ ପ୍ରଫୁଲ୍ଲିତ ପୁଷ୍ପକୁଞ୍ଜେ ହେ, ମହାବାହୁ .

ଷଡଘ୍ରି ରଚିଲା ପରି କେଳି, ଷଡାହିତ ନିରଶନ ଶାଳୀ, ଷଡଅଙ୍ଗୀ ଶ୍ରୁତିମାନେ,

ସ୍ତୁତି କଲେ ଅବସାନେ, ନ ଲାଗିଲା ଅପବାଦ ଧୁଳି ହେ (31)


ସବୁ ସଂସାରି – ସଦନୁ, ସମସ୍ତ ଜନ ବଦନୁ, ଶୁଣିଅଛି ସତ ଅବା ମିଛ .

ସହସ୍ର ସଂଖ୍ୟକ ଅପ - ରାଧ କଲେ ହେଲେ ମାଫ, କରି ପ୍ରସନ୍ନକୁ ରଖିଅଛ ହେ, ମହାବାହୁ .

ସେ ସକାଶୁଁ ମୋର ଏ ସାହସ, ସଙ୍କୋଚକୁ ମନେ ନାହିଁ ତ୍ରାସ, ସରସ ସକଳ ସୁର, ସାମନ୍ତ

ମାନଙ୍କ ସାର ସଂରଜସେବକ ସମୁଲ୍ଲାସ ହେ (32)


ହରିହୟ ବିଭୂତିକି, ହଂସରଥାଧିକୃତିକି, ହଟି ରଟୁ ନାହଇଁ ମୁ ସମ୍ମୁଖେ .ହର୍ମ୍ୟତଳେ

ଥିବାଯାକେ, ହାସ୍ୟାସ୍ପଦ ନୋହି ଲୋକେ, ହରିନେବି କାଳ କିଛି ସୁଖେ ହେ, ମହାବାହୁ .

ହଇରାଣ ନୋହି କ୍ଳେଶଜାଳେ, ହରେ ହରେ ବୋଲି ଅନ୍ତଃକାଳେ,ହସି ହସି ଯିବି ହରିବଶ୍ୱ

ସୁତଙ୍କ ନଗରୀ, ସୀମା ମାତ୍ର ନ ଦେଖିବି ଡୋଳେ ହେ (33)


କ୍ଷିତିକି ବହିବା ଅହି, କ୍ଷମ ନୋହିବାରୁ କହି, ନପାରନ୍ତି ଯାହାଙ୍କ ପୁରତେ .କ୍ଷମା ପୀୟୂଷ ସମୁଦ୍ର,

ହେବାର ମୁଁ ଅତି କ୍ଷୁଦ୍ର, ଶ୍ରୀଛାମୁରେ ଜଣାଇଲି ଏତେ ହେ ମହାବାହୁ .କ୍ଷମ ଅପରାଧ ଏତ ନୁହେଁ,

କ୍ଷମାଧିପବାନାଧିବାସ ହେ, କ୍ଷମାକର ଆଜ୍ଞା ହେବ, କ୍ଷିତିସୁର ବଳଦେବ

କବିରବି ରାୟଗୁରୁ କହେ ହେ (34)



Rate this content
Log in

Similar oriya poem from Classics