Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ମହା ଶିବରାତ୍ରି

ମହା ଶିବରାତ୍ରି

1 min
4



ଶପଥ ମୋହର ବର୍ଷ ଆରମ୍ଭରେ

   ମହା ଶିବରାତ୍ରି ଦିନ

ଓଡ଼ିଶା ରାଜ୍ୟର ଜ୍ୟୋତିର୍ଲିଙ୍ଗ ଦେଖି

   ଯିବାକୁ ହେଲି ଉଚ୍ଛନ୍ନ।

କୁଆଡେ଼ ମୁଁ ଯିବି ଆଖଣ୍ଡଳମଣି

  ଆରଡ଼ି ନା କପିଳାସ

ଗୁପ୍ତେଶ୍ୱର ଦେଦବ୍ୟାସ ଲିଙ୍ଗରାଜ

   ଲୋକନାଥ ହେବେ ବଶ।

ହରିଶଙ୍କର ନା ବିମଳେଶ୍ଵର ହିଁ

   ଯିବା ଦରକାର ମଣି 

ଧବଳେଶ୍ଵରକୁ ବାଛିଲି ସେଦିନ

   ପ୍ରତିଦିନ ଦିନ ଗଣି।

ଦେଖୁଦେଖୁ ଆସି ଉପନୀତ ହେଲା

   କୃଷ୍ଣ ଚତୁର୍ଦ୍ଦଶୀ ଦିନ

ମନେ ପଡିଲାନି ଶପଥ ମୋହର

   ଏମିତି ହୋଇଲା କଣ ?

ସଂସାର ଜଞ୍ଜାଳେ ଘାଣ୍ଟି ହୋଇଗଲି

   ପତ୍ନୀ ପୁତ୍ର ଝିଅ ମେଳେ

ସଭିଙ୍କ ମନଟା ରଖିବା ପାଇଁକି

   ଭୁଲିଲି ଏ ଭବ ଜଳେ।

ପୁଣ୍ୟମାସ ଥିଲା ପୁଣ୍ୟ କରିବାକୁ

   ପାପେ ଭାଗୀଦାର ହେଲି

ଉପବାସ କଣ ରହିବି ଦେଖୁନ

   ଆମିଷ ଭୋଜନ କଲି।

ଟାଉଟାଉ କରି ଖାଇବା ସମୟେ

   ପୁଅ ଆସି କହିଗଲା

ବାପା ହେ ଆଜି ତ ଶିବରାତ୍ରି ବୋଲି

  ଜଣା କି ମୋଟେ ନୋହିଲା?

ମାଂସ ଖଣ୍ଡ ତୁଣ୍ଡେ ଗଲା ନାହିଁ ମୋର

   ଆଖିରୁ ଝରିଲା ଲୁହ

ଶପଥ ମୋହର ମନେ ପଡ଼ିଗଲା

   ଭୁଲିଲି କାହିଁକି କୁହ?

ଗାଆଁ ମନ୍ଦିରରୁ ଭାସି ଆସୁଥିଲା

   ଶିବଙ୍କ ମହିମା ଗୀତ

ତାରକେଶ୍ୱରଙ୍କୁ କ୍ଷମା ଭିକ୍ଷା ପାଇଁ

   ଦୌଡିଲି ଭାବିକି ମିତ।

ପାହାଚ ଉପରେ ଅଧିଆ ପଡ଼ିଲି

   ବୁହାଇ ଆଖିରୁ ଲୁହ

ବ୍ରହ୍ମାଣ ପୂଜାରୀ ବେଢ଼ିଗଲେ ମୋତେ

   ଏମିତି କାହିଁକି କୁହ?


   


Rate this content
Log in

Similar oriya poem from Abstract