Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ମହା ପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ

ମହା ପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ

1 min
201



ବଡଦେଉଳରେ ବଡ ପର୍ବ ତାର

     ବାର ମାସେ ତେର ଜାତ

ଭିନ୍ନ ଭିନ୍ନ ବେଶ ହୁଅନ୍ତି ବିଗ୍ରହେ

     କହୁଛି ଯୋଡି ମୁଁ ହସ୍ତ

ଜ୍ୟେଷ୍ଠ ପୁର୍ଣିମାକୁ ଗଜାନନ ବେଶ

     ନବମୀ ଚନ୍ଦନ ଲାଗି

ଆଷାଢ଼ ମାସରେ ନବ ଯଉବନ

     ଅମାବାସ୍ୟା ତିଥି ଭୋଗି

ସୁନାବେଶ ହୁଏ ରଥାରୁଢ଼େ ପ୍ରଭୁ

     ଶୁକ୍ଳ ଏକାଦଶୀ ପରା

ଭକ୍ତଗଣେ ଭକ୍ତି ହୃଦରେ ଦେଖନ୍ତି

     ଦେଖନ୍ତି ଜଗତସାରା

ଭାଦ୍ରଵ ମାସରେ ବଣଭୋଜି ବେଶ

     କାଳୀୟ ଦଳନ ପୁଣ

ପ୍ରଳମ୍ବାଶୁର ବଧ ବେଶ ହେବେଟି

     ଦ୍ୱାଦଶୀ ତିଥିକୁ ଜାଣ

ତ୍ରୟୋଦଶି ଦିନ କୃଷ୍ଣ ବଳରାମ

     ବେଶ ଯେ ହୁଅନ୍ତି ପ୍ରଭୁ

ବଳିବାମନ ଶୁକ୍ଳ ତ୍ରୟୋଦଶୀ

      ଜଗତର କର୍ତ୍ତା ବିଭୁ

ଆଶ୍ଵିନ ମାସର ଶୁକ୍ଳ ଦଶମୀରେ

      ରାଜବେଶ ହୋଇଥାନ୍ତି

ସେ ବେଶ ଦର୍ଶନେ ମନରୁ ପାତକ

      ଆପେ କ୍ଷଣେ ଦୂର ହୋନ୍ତି

କାର୍ତ୍ତିକ ମାସଟି ଅତି ଧର୍ମମୟ

     ବେଶ ରାଧା ଦାମୋଦର

ହରିହର ବେଶ ଅମାବାସ୍ୟା ତିଥି

     ନାଗାର୍ଜୁନ, ରାଜେଶ୍ଵର.

ଶୁକ୍ଳ ତ୍ରୟୋଦଶୀ ଶୁକ୍ଳ ଚତୁର୍ଦ୍ଦଶୀ

    ମନ୍ଦିର ଭିତରେ ରୁହ

ଦେଖିବା ପାଇଁକି ବାଙ୍କଚୁଡ଼ ବେଶ

    ତା ପରେ ଲଷ୍ମୀ ନୃସିଂହ

ମାର୍ଗଶିର ମାସେ ତିନଟି ବିଗ୍ରହ

    ହୁଅନ୍ତି ଶ୍ରଦ୍ଧାର ବେଶ

ପଉଷ ମାସରେ ଦେଖିବୁରେ ମନ

   ତାର ଚଉରାଶିଆ ବେଶ

ପୁଷ୍ୟଭିଶେକଟି ପଉଷ ପୁର୍ଣ୍ଣିମା

   ମନେ ହୁଏ କୌତୁହଳ

ମାଘ ପୁର୍ଣ୍ଣିମା ରେ ପଦ୍ମ ବେଶ ଆଉ

   ଗଜ ଉଦ୍ଧାରଣ ବେଳ

ଫାଲ୍ଗୁନ ପୁର୍ଣ୍ଣିମା ରାଜବେଶ ଆଉ

   ଚାଚେରି ବେଶଟି ହୁଏ

ଚଇତ୍ର ମାସର ଶୁକ୍ଳ ନବମୀରେ

    ରଘୁନାଥ ବେଶ ଥାଏ

ବଡ ଠାକୁରଙ୍କ ଭିନ୍ନ ଭିନ୍ନ ବେଶ

   ଏହିଠାରେ ହେଲା ପୂର୍ଣ୍ଣ

ଜୀବନରେ ଥରେ ସେ ବେଶ ଦର୍ଶନେ

   ଜୀବନଟି ହୁଏ ଧନ୍ୟ।



Rate this content
Log in

Similar oriya poem from Inspirational