ମହା ମାନବ ର ଇତି କଥା
ମହା ମାନବ ର ଇତି କଥା
ମୁଁ ମାନବ....
ଚନ୍ଦ୍ରରେ ପାଦ ଥାପିଲି
ଆକାଶରେ ଉଡିଲି
ଜଳ,ସ୍ଥଳ,ନଭ ସବୁ କୁ ମନ୍ଥି ପକାଇଲି
ପ୍ରକ୍ରୁତିକୁ ବିକ୍ରୁତି କରି ଅଟ୍ଟହାସ୍ୟ କଲି
ନିଜକୁ ମହାମାନବ ଭାବିନେଇ l
ମୁଁ 'ତ୍ବର ଅହମିକା ବିଷ କୁ
ଆକଣ୍ଠ ପାନ କରି
ନିଜକୁ ଭାବିନେଲି ସର୍ବ ଶକ୍ତିମାନ୍ ଇଶ୍ବର
ଭୁଲିଗଲି, ପ୍ରକ୍ରୁତିର ପୂଜା
ଶକ୍ତିର ଉପାସନା
ଜଙ୍ଗଲ କାଟି କୋଠା କେଇଟା ଆଉ କେଇଟା କାରଖାନା
ବନାଇ, ନିଜକୁ ସ୍ରୁଷ୍ଟିକର୍ତ୍ତା ବୋଲାଇଲି
ପ୍ରକ୍ରୁତି ସହି ପାରିଲାନି ମାନବ ର ଅହମିକା
ମାଡି ଆସିଲା ଫନି,ହୁଡହୁଡ ,ବାତ୍ୟା, ମହାବାତ୍ୟା
ତଥାପି ମୁଁ କାର 'ର ଅହଂ ରେ ବୁଡି କିଛି ବି ଖାତିର କଲିନି l
ନିଜକୁ ସର୍ବ ଶକ୍ତିମାନ୍ ବୋଲାଉଥିବା ମଣିଷ
ଆଜି ନିରୁପାୟ ଧ୍ୱଂସର ଲୀଳା ସାମ୍ନାରେ
ଆଖିକୁ ଦିଶୁ ନଥିବା ଛୋଟିଆ ଭାଇରସ୍
ତାର କାୟା ବିସ୍ତାର କରି ଗିଳି ପକାଉଛି
ଲକ୍ଷ ଲକ୍ଷ ମଣିଷ
ଆଜି ସମଗ୍ର ବିଶ୍ବ ମୁଖା ପିନ୍ଧି ଅଣନିଃଶ୍ଵାସୀ l
ଚନ୍ଦ୍ର ରେ ଘର କରିବାର ସ୍ବପ୍ନ ଦେଖୁଥିବା ମାନବ
ଆଜି ନିଜ ସହର ଗଳିରେ ବୁଲିବାକୁ ବି ଭୟ କରୁଛି
ସବୁ ବୁଝିଲା ବେଳକୁ ବର୍ତ୍ତମାନ l
ନେଡିଗୁଡ କହୁଣୀ କୁ ବୋହି ସାରିଲାଣି l
ତଥାପି ହାର ନମାନି ନିଜକୁ ସୁଧାରି ବାକୁ ପଡିବ
ପ୍ରକ୍ରୁତିର ସୁରକ୍ଷା କରିବାକୁ ପଡିବ
ସରକାରଙ୍କର ନିୟମ ମାନି ନିଜ ଘରେ ରହି
ନିଜକୁ ତଥା ଅନ୍ୟକୁ ସୁରକ୍ଷିତ ରଖିବାକୁ ପଡିବ l