STORYMIRROR

Panchanan Jena

Inspirational

4  

Panchanan Jena

Inspirational

ମଗ୍ନ ଅକ୍ଷାଂସ

ମଗ୍ନ ଅକ୍ଷାଂସ

1 min
310


ଆମେ ତୁମେ ସଭିଏଁ

ଜାଣିଛେ ପଢିଛେ ଶୁଣିଛେ ପଦିଏଁ

ଜୀବନଟା ନୁହଁ ଶେଜ ଗୋଲାପର

କଣ୍ଟକିତ ଅଙ୍କାବଙ୍କା ପଥ ଲମ୍ବିଛି ବହୁଦୂର

ଅଗମ୍ୟ ଦୁର୍ଗମ ହେଲେ ବି

ଡେଇଁବାକୁ ପଡ଼େ

ଲମ୍ଫ ପକେଇ ପାହୁଣ୍ଡ ଗୋଟେଇ 

ଲକ୍ଷ୍ୟସ୍ଥଳେ ଦୈଡ଼େ

କଥାରେ କହୁ କହୁ

କାମରେ କରୁ କରୁ

ହୁଁ ମାରିବାକୁ ନ ମିଳେ ଦଣ୍ଡେ ନିମିଷିଏଁ ।


ଚାଲୁ ଚାଲୁ ମଝିରେ ମଧ୍ୟରେ

କର୍ମ କରୁ କରୁ ମଧ୍ୟାନ୍ତରେ

ତୁ ଅଳପ ସଳପ ମୁରୁକି ଦେ

ତୁ ମନଖୋଲା କ୍ଷଣେ ହସି ଦେ

ସମସ୍ତଙ୍କୁ ବଂଚିବାର ବାର୍ତ୍ତା କହି ଦେ

ଜୀବନର ଗର୍ବିତ ସ୍ପର୍ଦ୍ଧିତ ପାକଦଣ୍ଡିରେ

ଚହଳ ଗହଳ ପକେଇ ଦେ

କହି ଦେ କି

ବଂଚିଛି ଏ ଦୀନ ହୀନ ଅକିଞ୍ଚନ 

ହାରିଛି ଅନେକ ଥର ଅବଶ୍ୟ

ସରିନାହିଁ ସଂଘର୍ଷର ଶେଷ ଜବନିକା ପତନ ।


କାର୍ଯ୍ୟ କରୁ କରୁ ପଥରେ ପନ୍ଥାରେ

ସଂଗ୍ରାମ କରୁ କରୁ ଛନ୍ଦରେ ଛାନ୍ଦରେ

ସଘନ ସଂଘର୍ଷ କରି ପାରିବି

ଗଳଦଘର୍ମ ପ୍ରୟାସ ଜାରି ରଖିବି

କଠିନ ପରିଶ୍ରମୀ ହେବି ହିଁ ହେବି

ଶୟନ ସପନ ତ୍ୟଜିବି

ଭଜନ ଭୋଜନ ଛାଡିବି

ଦେଖିବ ଜଗତ

 ବିଫଳତା କେମିତି ଆସିବ ଏଥର ?

କେମିତି ଚୁମିବ ମୋର ଛନ୍ଦା ପୟର ?

କେମିତି ପାଇବ କୁଢ କୁଡ଼ ତିରସ୍କାର ?


ମନ ଗାମୁଛାରେ କୁର୍କୁଟିଆ ବାନ୍ଧିଛି ଗଣ୍ଠି

ବିଫଳତାରୁ ହିଁ ଶିଖିବାର ସୁଯୋଗ ସୃଷ୍ଟି

ଚେଷ୍ଟା ପ୍ରଚେଷ୍ଟା ସତଚେଷ୍ଟାର ସମଷ୍ଟି

ଦିନ ରାତି ସେହି ଗୋଟିଏ

ଲକ୍ଷ୍ୟର ଯଷ୍ଟି 

ଖସଡ଼ା ଆବୁଡ଼ା ଖାବୁଡ଼ା ପଥରେ

ଆଗେଇଲେ ହିଁ

ସଫଳତାର ନୂଆ ନବାରୁଣ

କପାଳ ଚୁମିବ ଶେଷରେ

ମଥାନତ କରି ସାହସୀ ସଂଗ୍ରାମୀ ଆଗରେ

ଆଣ୍ଠେଇବ କାନ ଧରି ବସଉଠ 

କରିବ ଧରିବ ଜନ୍ମ ଯାତକ କୋଷ୍ଠି ।


ତୁ ବିଶ୍ୱାସ କର ନିଜ ଉପରେ

ତୁ ଗ୍ୟାରେଣ୍ଟି ଦେ ନିଜ 

ଅର୍ନ୍ତନିହିତ ପ୍ରତିଭା ଉପରେ

ଲୁଚିଥିବା ଅବଚେତନ ଯୁଝାରୁ ପଣରେ

ସଫଳତାର ମଞ୍ଜି ଗଜୁରିବ

ସବୁଜିମାରେ ଭରିଯିବ

ଜୀବନ ଆୟୁଷ

ସମସ୍ତେ ଟେରା ହୋଇ ଦେଖୁଥିବେ

ମଗ୍ନ ଅକ୍ଷାଂସ ।


Rate this content
Log in

Similar oriya poem from Inspirational