STORYMIRROR

Balaram Barik

Tragedy

3  

Balaram Barik

Tragedy

ମେନ୍ସ ଡେ...

ମେନ୍ସ ଡେ...

1 min
211


ତାକୁ କାନ୍ଦ ମାଡିଲେ ଲୁହକୁ ମଧ୍ୟ ଲୁଚାଇ ପକାଏ।

ଲୋକେ କହନ୍ତି ପୁଅ ପିଲା,କଣ କେବେ କାନ୍ଦେ ସିଏ।


ଟିକେ ବଡ଼ ହେଲେ ବାପ ମୁଣ୍ଡରୁ ସେ ବୋଝ ଓହ୍ଲାଇ ଦିଏ।

ଶୁଣିଛି ପୁଅ ସକାଶେ ଲକ୍ଷେ ଶିବ ଏଠି ଯେ ପୂଜା ହୁଏ।


ମଉସା,ପିଉସା,ଜେଜେ,ଅଜା,କକା,ମାମୁଁ ଆଦିର ଆଖ୍ୟା ପାଏ।

ଭଣଜା,ପୁତୁରା,ଶଳା,ଭିଣୋଇ ପୁଣି ଭାଇ ସାଜି ରାଖୀ ବନ୍ଧାଏ।


ସବୁ ଅଳି ଅରଦଳି ସହି ସଦା ସ୍ମିତ ହସଟିଏ ମୁଖେ ତୋଳି ନିଏ।

ଯଦି କେବେ ଦୋଷ କରେ,ତା ଭୁଲ ପାଇଁ ଦଣ୍ଡ କୋହଳ ନଥାଏ ।


ଜଣେ ଦୋଷ କଲେ ତା ସମାଜ ସବୁ ନିନ୍ଦା ଅପବାଦ କୁ ସହେ।

ସେ ବଳଦ, ଖଟିବା ଯୋଗ୍ୟ ହେଲେ ବେକରେ ଜୁଆଳି ପଡ଼ିଯାଏ।


ଏ ସମାଜ ମୁଦ୍ରାର ଦୁଇ ପାର୍ଶ୍ଵ, ମାତ୍ର ମୁଦ୍ରା ଯେ ଅଟଇ ଗୋଟିଏ।

ମହିଳା ଦିବସକୁ ମିଳେ ସମ୍ମାନ ,ପୁରୁଷ ଦିବସକୁ ଭୁଲି ମୁଁ ଯାଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy