STORYMIRROR

Shanti Mishra

Classics

3  

Shanti Mishra

Classics

ମେଘୁଆ ପାଗର ଛିଟା

ମେଘୁଆ ପାଗର ଛିଟା

2 mins
366


ଭିଜା ଭିଜା ଏଇ ମେଘୁଆ ଦିନର, କୋହଲିଆ ପାଗ

ମନେ ପକେଇ ଦେଇ ଯାଉଥିଲା, କିଛି ପୁରୁଣା ଗୀତର ରାଗ

ନା ଥିଲା ମେଘମଲ୍ହାର, ନା ଥିଲା ଖମାଜ୍ ନା ଥିଲା ମାଲକଂସ

ଝାପସା ସ୍ମୃତିରୁ ଭାଷି ବୁଲୁଥିଲା କିଛି ଭୈରବ ରାଗର ବିଭାସ


ଗୀଟାର୍ ଟା ଆଣି ଚେଷ୍ଟା କରି, ଗାଇ ବସିଲି ଯେବେ ସେ ଗୀତ

ଗଳା ବସି ଯାଇଥିଲା, ବାହାରିଲାନି କିଛି ସୂର ନା ସଂଗୀତ

ଦ୍ରୁତତର ହେଲା ଜଳୁଥିବା ହୁତୁ ହୁତୁ ନିଆଁ ଏ ମନ ଭିତରେ

କିନ୍ତୁ ଦୁଃଖର ବିଷୟ କେହି ଦାୟୀ ନଥିଲେ ଏ ନିଆଁ ପଛରେ


ନିଜ ହସ୍ତେ ନିଜ ଜିହ୍ବା, କେବେବି ଯଦିଓ ଛେଦିବାର ସାହସ କରିନି

ତଥାପି ଯନ୍ତ୍ରଣାରେ ଛଟପଟ ହେଲେ ବି, କାହାକୁ ଦୋଷ ଦେଇ ପାରୁନି

ଝିପି ଝିପି ବର୍ଷା ମନକୁ କରି ରଖିଛି ଆଜି ଏପରି ଆବେଶ

ଇଚ୍ଛା ହୁଏ ଗାଆନ୍ତି କି କିଛି କାରୁଣ୍ୟ ସଂଗୀତ, ଯାହା ମନକୁ କରି ଦିଆନ୍ତା ବିବାସ


ନଗାଇ ପାରିବାର ଦୟନୀୟତା ଆଜି କଲା ଅସ୍ତବ୍ୟସ୍ତ

ମୋ ଅପାରଗତା ଜୀବନର କରୁଣ କାହାଣୀ କେବଳ କରିଲା ସାବ୍ୟସ୍ତ

କମ୍ବଳ ତଳେ ଲୋଟି ରହିଥିବା, ଉଦ୍ଦେଶ୍ୟ ହୀନ ଏ ଜରୁଆ ମନକୁ

କେଉଁ ଔଷଧ କରିବ ରୋଗ ମୁକ୍ତ, ନେଇ ଯିବ ଏକ ଅଜଣା ରାଜ୍ୟକୁ


ଯେଉଁଠି ଥିବ ଖାଲି ଫୁଲ ଆଉ ଫଗୁଣର ଅପୁର୍ବ ସମ୍ଭାର

ଦଉଥିବ ନୃତ୍ୟରତା ନୃତ୍ୟାଗଂନା ମାନକଂ ଅଂଗ ଭଂଗୀ, କିଛି ସମାଚାର

ଚଳ ଚଂଚଳ ମନ ହରିଣୀ ଟା ହେଉଥିବ ଅହରହ ଅଣାୟତ

ପ୍ରଚେଷ୍ଟାରେ ଥିବ କେହି ତା ପଛରେ ଧାଇଁ ତାକୁ କରିବାକୁ କରାୟତ


ଅବିରାମ ଗତିରେ ବରଷି ଯାଉଥିବା, ଏଇ ଅମାନିଆ ବର୍ଷା

ଟିକେ ବି କଲାନି ଦୟା, ନା ଦେଲା କିଛି ଆଶା କି ଭରଷା

ଏକା ଏକା ଚାଲିବାକୁ ହେବ ତତେ, ଯେତେ ଦୂର ହେଉ ଏ ଜୀବନର ପଥ

ନହୋଇ କୁଣ୍ଠିତ, ନ ଭାବି ଆଗ ପଛ, ଜୀବନ ଯାତ୍ରାକୁ କରିନେ ସ୍ବାଗତ


ଭାଷଣ ଦେଇ ଏହିପରି କିଛି, ଚାଲିଗଲା ମେଘ ଏକ ଔଦ୍ଧତ୍ୟ ଚାଲିରେ

ରୋକିବାକୁ ପଥ ଇଚ୍ଛା ଥିଲେ ବି, ପାରିଲିନି ରୋକି କିଛି ଦେଖାଇ ଆଳରେ

ତା ସାଥେ ନାଚିବକୁ ଗାଇବାକୁ, ଇଛା ଥିଲେ ବି ଆଜି ଖିଆଲି ମନରେ

ବାଧା ଦଉଥିଲା ଅହରହ, କାହା ସ୍ମୃତି ଆସି ଏପରି ଏକ ଅସମୟରେ



Rate this content
Log in

Similar oriya poem from Classics