STORYMIRROR

Sambit Srikumar

Romance Classics Inspirational

3  

Sambit Srikumar

Romance Classics Inspirational

ମେଘକୁ ପଦେ

ମେଘକୁ ପଦେ

1 min
210


ସଭିଏଁ ଯେବେ ଜଳୁଥାନ୍ତି

ନିଦାଘର ଡହକ ନିଆଁରେ

ଅସରାଏ ବାରି ତୁମ

ଦିଏ ଢାଳି ସୁଧା ରସ

ମନ ପ୍ରାଣ ଓ ତନୁରେ!

ତୁମେ ପରା ମେଣ୍ଟାଅ

ମନର ପିପାସା ତନୁର ଜ୍ଵଳନ

କୀଟ ବ୍ରହ୍ମ ମାନବ ପାଦପ

ସର୍ବେ ଲଭନ୍ତି ପରମ ସନ୍ତୋଷ!

ସବୁରି କାମ୍ୟ ତୁମେ

ସଭିଙ୍କ ହୃଦୟ ସ୍ପନ୍ଦନ

କେହି କେବେ ବି

ଚାହିଁ ନାହିଁ ଜାଣିବାକୁ

ତୁମ ମନ ଓ ତନୁର ଜ୍ବଳନ!

ବାରେ କେହି

ଚାହିଁ ନାହିଁ ଦେଖିବାକୁ

ମଥା ଟେକି ଦୂର

ଆକାଶ ବକ୍ଷରେ

ତୁମର ବିଳାପ ରୋଦନ!

ତୁମର ବି ମନ ଅଛି

ତୁମର ବି ତନୁ ଅଛି

ଅଛି ଅସହ୍ୟ ଜ୍ବଳନ

ତଥାପି ତୁମେ ଅବାରିତ

ଢାଳୁଅଛ ଶୀତଳ ଚନ୍ଦନ!

ଧନ୍ୟ ତୁମେ ଧନ୍ୟ ମେଘ

ଧନ୍ୟ ତୁମ ବଦାନ୍ୟତା

ତୁମ ଲାଗି ଦୂର ହୁଏ

ଏଇ ମହୀର ଶୂନ୍ଯତା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance