ତୁମେ ଆସିଲେ ଶୁଭେ ଗଜଲ
ମେଘ ଝଲମଲ ବର୍ଷା ବେହାଲ
ତରଙ୍ଗାୟିତ ହୁଏ ପ୍ରକୃତି
ଜାଣିଛ କି ମନ୍ତର ଏମିତି
ଛାତରେ ଛତୁ ଫୁଟିଲାପରି
ବାଟେ ଘାଟେ ଛତା ଫୁଲ ଘେରି
ଲାଗେ ରୋଶଣୀ ପରି
ବର୍ଷା ଗୋ ତୁମେ ପ୍ରକୃତିର ବନ୍ଧୁ
ନହେଲେ ଢେଉ ଛୁଆଁରେ ସିନ୍ଧୁ
ମୟୂର ମୟୂରୀ ପଖଉଜ ଛନ୍ଦୁ
ଲୁଚିଯାଇଥାଆନ୍ତି ଇନ୍ଦୁ
ଏତେସବୁ କରିପାରେ ଯିଏ
ଧରାକୁ ସବୁଜ ଚାଦରେ ଘୋଡାଏ
ଗଛରେ ନେଳି ପତ୍ର
ଋତୁରାଣୀ ଶ୍ରାବଣୀର ନେତ୍ର
ପଦ୍ମରେ କାଚ ବିନ୍ଦୁ ପରି ଜଳ
ରଖେନା ସର୍ତ୍ତ ନଥାଏ ସ୍ୱାର୍ଥ
ଠିକ ତୁମ ପରି ବର୍ଷା ବାରି
ଫୁଟେ କଦମ୍ବ ଶତଦଳ ଆନନ୍ଦ
ପରିପକ୍ୱ ଘାସରେ ସାଧବବୋହୂ
ଆନମନା ହୁଏ ଘଡିଏ
ତୁମେ ବର୍ଷା ଆଣି ଆସିଛ ଝଡି
ଛତା ତଳେ ମନ ମିଶି ହୁଏ ଯୋଡି
କଳାବଉଦ ଦେଖି କଳାପକ୍ଷୀ
ଭକ୍ତଙ୍କ ଭକ୍ତି ଆବେଗ ପରଖି
ଧରଣୀ ରାଣୀର ସବୁଜ ପରିପାଟି
ମୁଗ୍ଧ ଚକିତ ଧରାର ମନୁଷ୍ୟ ଗୋଟି
ବର୍ଷା ଛିଟା ଛାଟି ସାଧବୋହୁ ପଡିଉଠି
ଖୋଜେ ମୁଠେ ମାତ୍ର ମାଟି ଘଷିବ ପିଠି
ବର୍ଷା ଯେଣୁ ଛିଟା ଦେଇଛି ଛାଟି
,,,,,,,,,,,,,,,,