STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ମେଘବର୍ଷା 

ମେଘବର୍ଷା 

1 min
12


ତୁମେ ଆସିଲେ ଶୁଭେ ଗଜଲ 
ମେଘ ଝଲମଲ ବର୍ଷା ବେହାଲ
ତରଙ୍ଗାୟିତ ହୁଏ ପ୍ରକୃତି 
ଜାଣିଛ କି ମନ୍ତର ଏମିତି 
ଛାତରେ ଛତୁ ଫୁଟିଲାପରି 
ବାଟେ ଘାଟେ ଛତା ଫୁଲ ଘେରି 
ଲାଗେ ରୋଶଣୀ ପରି 
ବର୍ଷା ଗୋ ତୁମେ ପ୍ରକୃତିର ବନ୍ଧୁ 
ନହେଲେ ଢେଉ ଛୁଆଁରେ ସିନ୍ଧୁ 
ମୟୂର ମୟୂରୀ ପଖଉଜ ଛନ୍ଦୁ 
ଲୁଚିଯାଇଥାଆନ୍ତି ଇନ୍ଦୁ 
ଏତେସବୁ କରିପାରେ ଯିଏ 
 ଧରାକୁ ସବୁଜ ଚାଦରେ ଘୋଡାଏ
ଗଛରେ ନେଳି ପତ୍ର 
ଋତୁରାଣୀ ଶ୍ରାବଣୀର ନେତ୍ର
ପଦ୍ମରେ କାଚ ବିନ୍ଦୁ ପରି ଜଳ 
ରଖେନା ସର୍ତ୍ତ ନଥାଏ ସ୍ୱାର୍ଥ 
ଠିକ ତୁମ ପରି ବର୍ଷା ବାରି 
ଫୁଟେ କଦମ୍ବ ଶତଦଳ ଆନନ୍ଦ 
ପରିପକ୍ୱ ଘାସରେ ସାଧବବୋହୂ 
ଆନମନା ହୁଏ ଘଡିଏ 
ତୁମେ ବର୍ଷା ଆଣି ଆସିଛ ଝଡି 
ଛତା ତଳେ ମନ ମିଶି ହୁଏ ଯୋଡି 
କଳାବଉଦ ଦେଖି କଳାପକ୍ଷୀ 
ଭକ୍ତଙ୍କ ଭକ୍ତି ଆବେଗ ପରଖି
ଧରଣୀ ରାଣୀର ସବୁଜ ପରିପାଟି
ମୁଗ୍ଧ ଚକିତ ଧରାର ମନୁଷ୍ୟ ଗୋଟି
ବର୍ଷା ଛିଟା ଛାଟି ସାଧବୋହୁ ପଡିଉଠି
ଖୋଜେ ମୁଠେ ମାତ୍ର ମାଟି ଘଷିବ ପିଠି 
ବର୍ଷା ଯେଣୁ ଛିଟା ଦେଇଛି ଛାଟି
,,,,,,,,,,,,,,,,


Rate this content
Log in

Similar oriya poem from Abstract