STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମେଘ ମହଲ

ମେଘ ମହଲ

1 min
139

ମେଘ ମହଲରୁ ଆସିଛ ଓହ୍ଲାଇ

କୁନିକୁନି ତିନି ପରୀ

ନାଚି କୁଦି ଡେଇଁ ଖୁସି ବାଣ୍ଟି ଯାଅ

ସଭିଙ୍କ ଦୁଃଖକୁ ହରି।


ଫୁଲ ଫଳେ ହସୁ ଏ ଧରଣୀ ରାଣୀ

ସବୁଜିମା ଯାଉ ଖେଳି

ଜୀବନରେ ଭରୁ ଶୁଭ ସାତରଙ୍ଗ

ମନ ଖେଳୁ ଆମ ଦୋଳି

ଗାଆଁରୁ ସହର ସହରରୁ ଗାଆଁ

ଆନନ୍ଦରେ ଯାଉ ଭରି।


ସପନ ସାଗରେ ସୁଖର ବୋଇତ

ଭାସିଯାଉ ପ୍ରତିକ୍ଷଣେ

ଅନାହାରେ ଏହି ମରତରେ କେହି

ନମିଳୁ ମାତର ଜଣେ

ପ୍ରତିଟି ହୃଦୟେ ଜ୍ଞାନ ଅଙ୍କୁରଣ

ଭାରତୀରେ ଯାଉ ଝରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract