STORYMIRROR

pranati Mahapatra

Inspirational Children

2  

pranati Mahapatra

Inspirational Children

ମେଘ ବରଷେ

ମେଘ ବରଷେ

1 min
94

ଅଷ୍ଟମାସ ପୃଥ୍ଵୀ ଉତ୍ତପ୍ତ ଯେ ଥାଏ

ସୂରୁଜ ତେଜ କିରଣେ 

ଗାଡିଆ ପୋଖରୀ ଜଳାଶୟ ଜଳ 

ବାଷ୍ପୀଭୂତ ଯେ ଗଗନେ।

ଉପରକୁ ଉଠି ଥଣ୍ଡା ହୋଇଗଲେ

ମେଘ ହୋଇ ଝରିପଡେ,

ଉତ୍ତପ୍ତ ଧରଣୀ ହୁଅଇ ଶୀତଳ

ଚାଷୀ କ୍ଷେତେ ଲାଗି ପଡେ।

ମେଘ ହେଲେ ଚାଷୀ କୂଳ ଆନନ୍ଦିତ

ମୟୂର ବି ନୃତ୍ୟ କରେ,

ଗାଁ ଲୋକେ ଶାଗ ପନିପରିବା ବି

ଲଗାନ୍ତି ବାଡି ବଗିଚାରେ।

ଆବଶ୍ୟକ ଅନୁଯାୟୀ ମେଘ ହେଲେ

ନ ଥାଏ କାହାରି ଦୁଃଖ,

କମିଗଲେ ଅବା ବଢିଗଲେ ବଢେ

ସବୁରି ମନେ ବିମୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational