ମେଘ ବରଷେ
ମେଘ ବରଷେ
ଅଷ୍ଟମାସ ପୃଥ୍ଵୀ ଉତ୍ତପ୍ତ ଯେ ଥାଏ
ସୂରୁଜ ତେଜ କିରଣେ
ଗାଡିଆ ପୋଖରୀ ଜଳାଶୟ ଜଳ
ବାଷ୍ପୀଭୂତ ଯେ ଗଗନେ।
ଉପରକୁ ଉଠି ଥଣ୍ଡା ହୋଇଗଲେ
ମେଘ ହୋଇ ଝରିପଡେ,
ଉତ୍ତପ୍ତ ଧରଣୀ ହୁଅଇ ଶୀତଳ
ଚାଷୀ କ୍ଷେତେ ଲାଗି ପଡେ।
ମେଘ ହେଲେ ଚାଷୀ କୂଳ ଆନନ୍ଦିତ
ମୟୂର ବି ନୃତ୍ୟ କରେ,
ଗାଁ ଲୋକେ ଶାଗ ପନିପରିବା ବି
ଲଗାନ୍ତି ବାଡି ବଗିଚାରେ।
ଆବଶ୍ୟକ ଅନୁଯାୟୀ ମେଘ ହେଲେ
ନ ଥାଏ କାହାରି ଦୁଃଖ,
କମିଗଲେ ଅବା ବଢିଗଲେ ବଢେ
ସବୁରି ମନେ ବିମୁଖ।