STORYMIRROR

Prasanta Sahu

Romance

3  

Prasanta Sahu

Romance

ମଦକଳା ଦେଖା

ମଦକଳା ଦେଖା

1 min
464


ରାଗ --ଧନାଶ୍ରୀ


କି ବର୍ଣ୍ଣିବି ସଖା ମଦକଳା ଦେଖା

ମନ ଧନଦ ହରାଇ

ଦରିତ ହୃଦୟ ପାରୁନାହିଁ ସହି

ବିଚ୍ଛେଦରେ ହାଇଁପାଇଁ,

କର ହେ ଉପଚ଼ାର, ବିରହ ଦହୁଛି ହିଆକୁ ମୋର ।୧।


ଝୁଲିଝୁଲି ଗୋରୀ ରୂପସୀ ନାଗରୀ 

ଆସୁଥିଲା ନଈ କୂଳେ

ଭେଟ ହେଲି ତା'ରେ ନୟନ ପଠାରେ

ହଜିଗଲା ମନ ହେଳେ ,

ଦେଖି ସେ ମନ୍ଦ ହାସ, କ୍ଷଣେ ଚେଇଁ କ୍ଷଣେ ହୁଏ ବେହୋସ ।୨।


ଛନଛନ ତା'ର କୁରଙ୍ଗୀ ନୟନ

ବିଚ଼ରିଲା ହୃଦେ ମୋର

ପଞ୍ଚବାଣ କିବା ବିଦ୍ଧ କରିଦେଲା

ପୀରତି କଷଣେ ଜର

ଝୁରେ ନିସାହୀ ମନ,ମିଳନ ବିନା କି ଯିବ ଜୀବନ ।୩।


ଅଳକା ଲମ୍ବିଛି ଅଳକ ଦେଇକି

ଅଣ୍ଟାସୂତା ନାଭି ଚୁମି

ଅଙ୍କନୀୟ ଓଠ ଅନର୍ଘ ବଦନେ

ଅନାୟତ୍ତ ଝୁମିଝୁମି

ହୃଦ ପଙ୍କଜ ଦଳେ ,ଯଉବନ ଭାରେ ଚ଼ାଲି ତା' ଢ଼ଳେ ।୪ା


କିବା ଏ କୁହୁକ ଯୁବା ମନ ଭାବ

ବୃଷାକପି ଥିଲେ ହାରୀ

ଦଇବ ସର୍ଜନ ଅପାର ଦର୍ଶନ

ନିସ୍ତାର ନାହିଁ କାହାରି

ଝୁରେ ମନ ଆତୁରେ,ତଲ୍ଲୀନ ହୋଇଛି ତା'ର ପ୍ରେମରେ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance