STORYMIRROR

Gangotri Priyadarshini

Tragedy Classics Fantasy

4  

Gangotri Priyadarshini

Tragedy Classics Fantasy

ମଧୁମିତା ଦିଅ କଥା

ମଧୁମିତା ଦିଅ କଥା

1 min
202


ମଧୁମିତା ଭାରି ମାନେ ତୁମକୁ

ତୁମ ଗୁମସୁମ୍ ମୁହଁ ଆଉ ଆଖିର ନିରବତା

ଚୁପି ଚୁପି ସେ ମନ ଜିଣା ଲାଜୁଆ ହସ

ଭୁଲିନି ଏଯାଏ କହିବି କହିବି ଭାବି

ଅନେକ ଥର ରୋକି ଦେଇଛି

ମାେ ହୃଦୟ ଭିତରେ କେତେ କାଳରୁ ସାଇତା 

ତୁମ ପାଇଁ ଲୁଚେଇ ରଖିଥିବା ପ୍ରେମର 

ପୃଷ୍ଠା ପୃଷ୍ଠା ଅକୁହା କଥା ।।


ମଧୁମିତା ତୁମକୁ ନିଜର କରିବା ପାଇଁ

କେତେ ଯେ କେଜାଣି ବର୍ଷା ଶୀତ ନିଦାଘ ବସନ୍ତ

ଆମ ଦୁହିଁଙ୍କର ଚିହ୍ନା ରାସ୍ତା କଡ 

କୃଷ୍ଣଚୂଡ଼ା ଗଛ ତଳେ

ତୁମ ଭାବନାରେ ପାଗଳ ପ୍ରାୟ 

ମୋର ଅଫେରା ସମୟ ବିତିଛି କୁହ ।।


ମଧୁମିତା ଥରେ ଖାଲି  

ମାେ ଆଖିରେ ଆଖି ମିଶେଇ କୁହ

ସତରେ କେବେବି ନିଝୁମ ରାତିରେ

ମାେ ବିରହରେ ତୁମେ ପାଗଳିନି ସାଜି

ତୁମ ସେ ସୁନ୍ଦର ଆଖିରୁ ଢାଳିନ ଲୁହ

ପାହାନ୍ତି ଆକାଶେ ଶୀତଳ ବାଆରେ

ମାେ କଥାକୁ ଝୁରି ଆସିନି ତୁମର ମନରେ କୋହ ?


ମଧୁମିତା ନିରୁପାୟ ସତେ କଣ ଆମ ସଂପର୍କ ଥିଲା

ସବୁ ବୁଝି କି ନବୁଝି ଅଭିନୟ କରି

କାହିଁକି ନିଜଠୁ ଦୂରେଇ ଦେଲ

ଥରେ କି ଭାବିଛ କେମିତି ବଞ୍ଚୁଛି

ତୁମ ସ୍ମୃତି ଭିଜା ମୌସୁମୀ ମୋତେ

ତିଳ ତିଳ କରି କେତେ ମାରୁଛି

ତୁମ ହସ ଧାରେ ଚାନ୍ଦ ହସୁଥିଲା

ଚହଲା ପାଣିରେ କଇଁ ନାଚୁଥିଲା

ଆଉ ମୁଁ ଖାଲି ଜୀବନ ତମାମ ତୁମକୁ

ମୋ ମନ ରାଇଜର ଇଶ୍ଵରି ରୂପରେ

ନିଶ୍ବାସ ଯାତ୍ରାର ପୂର୍ଣ୍ଣତା ଯାଏ

କେବଳ ମୋର ବୋଲି କହିବାକୁ ଆତୁର ଥିଲି ।।


ମଧୁମିତା କହିବ କି ଆଜି ଥରେ 

ବୟସ ସାୟାହ୍ନେ ଅବଶ ଶରୀର

ତୁମ ବିରହ ସ୍ମୃତିରେ ଜଳୁଛି କାଇଁ

ଜାଣିନି କେବେଠୁ ତୁମ ଠିକଣାରେ 

ମାେ ହାତଲେଖା ଚିଠି ପହଞ୍ଚେ କି ନାହିଁ

ଆଉ କେତେ ମୁହୂର୍ତ୍ତର ନିଶ୍ବାସ ସର୍ତ୍ତରେ

ଶେଷ ଥର ତୁମ ମୁହଁ ଦେଖିବାକୁ 

ଶେଷ ଏଇ ଆଶା ବାନ୍ଧିଛି ମୁହିଁ 


ମଧୁମିତା ଏଥର ଯାଉଛି

ଆର ଜନମକୁ ମୋର ଏକା ହେଇ

ଜୀବନସାଥି ଟିଏ ସାଜି

ମୋ ନୂଆ ଦୁନିଆକୁ କେବଳ ମାେ ପାଇଁ 

ଫେରି ଆସିବାକୁ ଏ ମହା ଶୁନ୍ୟରୁ କଥା ଟେ ଦିଅତ ଦେଇ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy