STORYMIRROR

Anadi Seth

Romance

3  

Anadi Seth

Romance

ମଧୁ ସମ୍ପର୍କ

ମଧୁ ସମ୍ପର୍କ

1 min
149

ମାୟାମୟ ଟି ଏ ସଂସାର

                ଗୋବିନ୍ଦ ନାମ ଏକା ସାର

ଉଭୟ ସୃଷ୍ଟି ସ୍ରଷ୍ଟା ସେହି 

                  ଜଡ଼ ଚେତନ ରୂପ ଦୁଇ !


ଆତ୍ମା ପରମ ଆତ୍ମା ହୋଇ

                ଵିହରେ ଆନନ୍ଦେ ଅଦେହୀ

ଆତ୍ମା ହୋଇଣ ଦେହ ଧରେ

              କାୟାରେ ଜୀବ ସେ ବୋଲାଏ !


ପରମ ଆତ୍ମା ସର୍ବ ଘଟେ

                ସଜୀଵ ନିର୍ଜୀବ ସେ ଅଟେ

ସଜୀଵ ରୂପେ କ୍ରିୟା ଶିଳ

                 ନିର୍ଜୀବେ ପଞ୍ଚତତ୍ତ୍ୱ କାଳ !


ବ୍ରହ୍ମାଣ୍ଡ ତାର ଖେଳ ଘର

                 ଯାହାର ନାହିଁ ଆତ୍ମ ପର

ସୁଖ ଦୁଃଖ ଯେ ହାନିଲାଭ

                  ସକଳ ପ୍ରତି ସମ ଭାବ !


ଜନ୍ମମୃତ୍ୟୁରେ ନାହିଁ ଭୟ

                ତାପାଇଁ କାୟା ବସ୍ତ୍ର ପ୍ରାୟ

ଦେହଟି ଜୀବ ବନ୍ଧୁ ଘର

                ଯାହାକୁ କହୁଁ ମୋର ମୋର !


କାୟା ମାଧ୍ୟମ ସାଧନାର

                ପ୍ରାପ୍ତ ନିମନ୍ତେ ଗୋବିନ୍ଦର

ନିତ୍ୟ ସଂଯୋଗ ଅନୁଭବ

                 ସତ୍ୟର ଆତ୍ମୀୟ ସ୍ଵଭାଵ!


ଜୀବ ପରମର ଏ ଭାବ

                 ଭକତି ନାମେ ହୁଏ ଠାବ

ମାତ୍ର ଦୁର୍ଲ୍ଲଭ ଜନ୍ମ ନର

               ନଜାଣେ ଏ ଦିବ୍ୟ ବେଭାର !


ମୋହ ବଶେଣ ହନ୍ତସନ୍ତ

                ହୋଇ ନବୁଝେ ସେ ଅନନ୍ତ

ଇନ୍ଦ୍ରିୟ ଭୋଗ ଅର୍ଥେ ବଞ୍ଚେ

              ନିତ୍ୟ ଜଡ଼ ପଦାର୍ଥେ ସଞ୍ଚେ !


ଅଜ୍ଞାନ ହୋଇ ଶେଷେ ମରେ

                ଶରୀରୁ ଆତ୍ମା ଟି ବାହାରେ

ଅଶାନ୍ତ ଅତୃପ୍ତ ସେ ଆତ୍ମା

                ଜ୍ଞାନ ବିହୀନ ଯେ ଜୀବତ୍ମା !


ବ୍ରହ୍ମଜ୍ଞାନକୁ ପୁଷ୍ଟ କରି

                 ବଞ୍ଚିଲେ ଭବୁ ହେବୁ ପାରି

ବେଳହୁଁ ଗୋବିନ୍ଦ ସୁମର

                  ପ୍ରାପତ ହୁଅ ତା ପୟର !


ଯା ନାମ ଶାଶ୍ୱତ ପିୟୁଷ

                  ପାନ କରିଣ ଲଭ ଯଶ

ଜୀବନ ସାର୍ଥକଟି ହେବ

               ଗୋବିନ୍ଦେ କଲେକ ଟି ଭାବ !


କର୍ତ୍ତା ଧର୍ତ୍ତା ଟି ସେ ବିଧାତା

                  ସର୍ବ ଜୀବର ମାତାପିତା

ଈଶ୍ୱର ଜୀବର ସମ୍ପର୍କ

                 ସଂକ୍ଷିପ୍ତେ ବର୍ଣ୍ଣିଲି ମୁଁ ମୁକ !


ଦୋଷ କ୍ଷମିବ ସାଧୁଜନେ

                 ଆଶୀଷ ଦେବ ସୁନୟନେ

ଜନମ ଧନ୍ୟ କର ମୋର

                 ବିନତୀ କରେ ମୁଁ ପାମର !



Rate this content
Log in

Similar oriya poem from Romance