STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମୌସୁମୀ

ମୌସୁମୀ

1 min
172


କାଳାତୀତ ପ୍ରେମର ପ୍ରତ୍ୟୟ ବୃତିରେ ଝିକମିକ୍ ଜହ୍ନରାତି

ଲହୁଲୁହ ନେଇ ଆଣିଦେବ ଖୋଲା, ଫର୍ଜି ଆକାଶ

ବେଳାଭୂମିରେ ଭ୍ରମଣରତ ପର୍ଯ୍ୟଟକ ପଦଚିହ୍ନରେ

ସଂଧାନୀ କବି ଆବିଷ୍କାର କରେ ଶବ୍ଦର ଅକ୍ଷୟ ତୃଣୀର

କ୍ରମଶଃ ଅପସୃୟମାଣ ଛାଇକୁ ପଚାରିଲେ

ଉତର ମିଳେନି ବିଦାୟୀ ସୂର୍ଯ୍ୟ ତୁବିଯାଏ

ଲକ୍ଷ୍ମୀ ଡ଼ୁଙ୍ଗୁରୀରେ ।


ମୁଁ ଓ ମୌସୁମୀ ଦିଓଟି ସମୀତର ରେଖା

କ୍ୟାମିତିର ସମସ୍ତ ଗଣିତ ଫେଲ ମାରିଯାଏ

ଆମର ମାଦକଭରା ମିଳନରେ- ମଧୁଚନ୍ଦ୍ରିକାରେ

ଏ ପ୍ରେମ ଅନାଦି ଅନ୍ୟତ ଅପରିମେୟ ଅନାବିଳ

ଅକ୍ଷୟ, ଅଜର, ଅବିନଶ୍ଵର, ଅମର,

ଅନିର୍ବଚନୀୟ କୋଣାର୍କ ।


ଅବିନାଶ, ଅହିଂସ, ଅପ୍ରମେୟ , ଅବ୍ୟକ୍ତ ଅଂଧାର

ଅନିର୍ବାଣ, ଅବିସଂବାଦିତ, ଅପରିହାର୍ଯ୍ୟ ଅଂଗ ଓ ଅବିର

ଆଦ୍ୟ ଆଷାଢ଼ର ଅନାବନା ଆବାହନରେ ଆଗମିତା ଅପୂର୍ବା ।


ଅମିତା ଆସକ୍ତିର ଅମିଟା ଆଗମନୀ ଅସୂର୍ଯ୍ୟ ପଶ୍ୟ ଅତୁଲ

ଅଚାନକ ବୃହନ୍ମଳା- ଆଦ୍ୟାଶା ଅପରିମିତା ଅବୁଝା

ଲାଲ ଗହୀରର ଇତିକଥାରେ ନାଲି ଟୁକୁ ଟୁକୁ ସାଧବବୋହୁ ।


ମୌସୁମୀ ସିକ୍ତ ମାଟିରେ ଆକର ରକ୍ତ ଛିଟା-ଧର୍ଷଣର

ଅତସୀ କୁସୁମର ଇତିବୃତିରେ ଝଲମଲ ମାଂସର ଆସଂତ୍ରଣ ।


ଯୁଗ ପରିବର୍ତ୍ତନର ଯୁଗ ସଂଧୂରେ ପୂଥପତି ଜରଦଗବ

ଅର୍ଥଲୋଭୀ ଗୃଧ୍ୟକ ମେଳିରେ ଅଭିଯାତ୍ରୀ ଅଭିମନ୍ୟୁ

ରକ୍ତିମ ବଂନ୍ଦ୍ରର କ୍ଷଣପ୍ରଭା ଦ୍ୟୁତିରେ ସଂତ୍ରସ୍ତ ପଡୋଶୀ

ମୌଳବାଦୀ ଉଦଗୀରଗର ଲାଭାରେ ଦୁଗ୍ଧଫେନିଭ ଉର୍ମିମାଳା,

ପରମପୁରୁଷ ଅବତରିତ ହୁଅନ୍ତି ବର୍ଷାଭିଜା କବିତାରେ ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics