ମୌସୁମୀ ପୂର୍ବ ଓ ପର
ମୌସୁମୀ ପୂର୍ବ ଓ ପର
ଶିଶିର, ତୁମେ ନା ସେହି ଶୀତ ସକାଳର
କାକର ବିନ୍ଦୁ ବିନ୍ଦୁ
ସେସବୁ ବିନ୍ଦୁ ଆଖି କଣେ ସାଇତି ପ୍ରୀତି
ଲଙ୍ଘିଛି ଦରିଆ ସିନ୍ଧୁ
କେବେ ଅଚଳ ଆକୁଳ ଅଥଳ ଛଳଛଳ
ଉଜାଣି ବନ୍ଧୁର ପଥେ ହୋଇ ବନ୍ଧୁ
ଉପହାର ତାର ତୁମରି ହାତେ ଦେଇ ସିନା
ପୋଛେ ସ୍ବେଦ ବାରି ବିନ୍ଦୁ ବିନ୍ଦୁ
ପ୍ରୀତିର ଅଳକାନନ୍ଦା ସେତ ଶିଶିର ମୋତିରେ
ସ୍ୱଚ୍ଛ ଟୋପେ ଅମୃତ ଜଳ ବିନ୍ଦୁ
ଶଶିର ତୁମେ ଭାଷା ସାହିତ୍ୟର ସାଜ ସୌଦାଗର
ପ୍ରୀତି ଗଢ଼ିଛି ମନ ମନ୍ଦିରେ ନଅର
ତୁମେ ବାଖ୍ୟାକାର ତୁମେ ତାର ମଣି ମୁକ୍ତାହାର
ମୋତି ଭିତରେ ସାଇତି ହୃଦୟ ତାହାର
ତୁମ ଆକାଶର ଇନ୍ଦୁ
ତୁମେ ସକାଳର ସ୍ତୋତ୍ର ହେଲେ ସେ ରାତିର ମନ୍ତ୍ର
ତୁମେ ଅମାବାସ୍ୟା ଜହ୍ନ ସେ ପୂର୍ଣ୍ଣମୀ ଶରଦେନ୍ଦୁ
ରାଗ ରୋଷ ହିଂସା କ୍ରୋଧ ପରିହରି
କ୍ଷମା ପରି ବାରି ଶୀତ ରାତିର ଲୋରି
ଶୁଣାଇ ଦୁହେଁ ଦୁହିଁଙ୍କୁ ବାହି ଜୀବନର ତରୀ
ଆନନ୍ଦେ ଉଲ୍ଲାସେ ଭଲରେ ରହିଥାଅ
ଝାଡ଼ିଦେଇ ପର ଯାଅ ହାତ ଧରି ବହୁଦୂର
ପୋଛି ମନ ହୃଦୟ ଅଳନ୍ଧୁ
ଶିଶିର ସେତ ବର୍ଷା ବାରି ପରି ଶୀତରେ
ମୁକ୍ତା ପରି ବିନ୍ଦୁ ବିନ୍ଦୁ
ସାତରଙ୍ଗେ ସାଜି ମଥା ସିନ୍ଦୁରେ ସୁନ୍ଦରୀ
ପ୍ରୀତିକୁ କରି ସୁହାଗିନୀ ଭାରି
ବାନ୍ଧି ଭାବ ଡୋରି ସଂସାର ତରୀ
ଆଗକୁ ଆଗକୁ କୂଳ ଲଂଘୁ ତୁମରି
ଅପା ଭାଇଙ୍କର ଆଶୀର୍ବାଦ ଭରି
ମୌସୁମୀ ଆସୁଛି ବର୍ଷାର ବିନ୍ଦୁ
ଭରିବ ଜୀବନେ ସ୍ୱାଗତର ସାତସିନ୍ଧୁ
ରଜ ମଉଜ ହୋଇବ ଭାବ ପ୍ରୀତି ଭରା ସିନ୍ଧୁ
ମୌସୁମୀ ସହିତ ମାଟି ହେବ ଉର୍ବର ଉର୍ବଶୀ
ରଜ ଲାଗିବ ପର୍ବଟିଏ କାଚକେନ୍ଦୁ ।
