ମୌସୁମୀ ଅଢୁଆଳେ
ମୌସୁମୀ ଅଢୁଆଳେ


ସୁନ୍ଦର ବାତାବରଣ
ନିଦାଘ ର ତାପ ଆଉ ନାହିଁ
ମନ୍ଦ ମନ୍ଦ ମଳୟ ସହିତ
ମୌସୁମୀ ଅଢୁଆଳେ ନାଚୁଚ୍ଛି ବାରିଦ
ନାଚି ନାଚି କ୍ଳାନ୍ତ ବି ହେବ
ବିଶ୍ରାମ ନେବା ଅବସର ବେଳେ
କିଛି କହିଦେବି, ଯାହା ହୃଦୟରେ ଅଛି।
ପ୍ରିୟା ଘର , ଏଇ ପାଖ ପାହାଡ ସେ ପାରି
ସେଇ ବାଟ ଦେଇ ଯିବ କି ବାରିଦ !!
ପ୍ରିୟାର ପସନ୍ଦ ମୌସୁମୀ ବରଷା
ମୌସୁମୀ ଆସିବା କଥା ବି ଜାଣିଛି
ଆକାଶକୁ ଚାହିଁ ରହିଥିବ
ଭିଜିବାକୁ ମୌସୁମୀ ବର୍ଷାରେ।
ଆଉ,ଡେରି ନାହିଁ
ବାରିଦ କୁ କହିବାକୁ ହେବ
ମୌସୁମୀ ଜନିତ ବିରହ ବେଦନା
କିଛି ମାତ୍ରାରେ ହୋଇବ ଲାଘବ
ଅଭିମାନୀ ,ବିରହୀ ପ୍ରିୟାର।
ହେ ବାରିଦ ,ବୋହି ନିଅ
ତୁମ ସୂକ୍ଷ୍ମ ଜଳ କଣିକାରେ
କେଇ ପଦ ମୋ ଭାଷାର - ବର୍ଷା
ମୋ ପ୍ରିୟା ରାଇଜେ
ମୋ ରାଇଜ ହେଉ ଶୁଷ୍କ,ହେଉ ମରୁଭୂମି
ଭସାଇ ଦିଅ,ମୋ ପ୍ରିୟା ରାଇଜ
ମୋ ଭାଷା - ବର୍ଷାର ପ୍ରବଳ ଧାରାରେ ।
ଫେରିବା ବାଟରେ
ମୋ ପ୍ରିୟାର ପରଶ ଥିବ ପାଖେ ପାଖେ
ସେଇ ମହକ ରେ ଭିଜେଇ ନିଜକୁ
ଶୀତଳ କରିବି ମନ ଓ ପରାଣ
ଏହି ଅଳି,କର ହେ ଗ୍ରହଣ
ପ୍ରିୟାକୁ କିଛି ବାର୍ତ୍ତା ଦେବାକୁ କରିଅଛି ପଣ।