ମୌସୁମୀ ଆଣିଛି କିଛି
ମୌସୁମୀ ଆଣିଛି କିଛି
ରଙ୍ଗକୁ ଖୋଜିଛି ଘାସରେ ଦୁବରେ
ଦୁବାଇ ସହର ଦୁବ ଅରଣ୍ୟେ
ରଙ୍ଗକୁ ଖୋଜି ମୁଁ ହାଲିଆ ହୋଇଛି ରଜରେ
ରଙ୍ଗୋଲି ଭିତରେ ଅତି ନଗଣ୍ୟେ
ସବୁଜ ଖୋଜି ସବୁଜିମା ପାଶେ ପାଶେ
ଗାଇଛି ଜଣାଣେ ଭଜନେ
କିଏ ଦେବ ଆଞ୍ଜୁଳାଏ ରଙ୍ଗ ଏ ଆଞ୍ଜୁଳିରେ
ମାଗିମାଗି ଲାଜେ ମରେ ସରମେ
ଆକାଶେ ଦେଖିଛି ଜହ୍ନ ହସୁଛି ଆଖିମାରି
ଉଦାସୀ ଲାଗିଛି ଏଇ ଜୀବନେ
ଅଧା ଚାନ୍ଦ କେବେ ପୁରା ଚାନ୍ଦ ଦେଖି
ହସିଛି ଦଦରା ନାଆରେ ମିଛ ସପନେ
ଖୋଜି ଖୋଜି ରଙ୍ଗ କେତେ କେ ବିହଙ୍ଗ
ଆନମନା ରଜେ ଉଡି ଗଗନେ
ମାଟିମାଆ ମାଗେ ପ୍ରତିଶ୍ରୁତି ପକ୍ଷୀ କି ବୁଝେ
ମାଟିମାଆ ବାସ୍ନା ତୃଷ୍ନା ଏଇ ଲଗନେ
ଏକାନ୍ତରେ ବସି ଭାବେ ଏକା ଏକା ରଙ୍ଗ
ଖୋଜିବା ଦହନେ ଭୁବନେ
କାହିଁକି କେଜାଣି ଖୋଜୁଛି ରଙ୍ଗ ମୁଁ ଏତେ
ଦିବା ନିଶି ଶୟନେ ସ୍ୱପନେ
ବୁଝିଯାଇଛି ବୋଧେ ମୁଁ ରଙ୍ଗହୀନ ହେଲେ
ସବୁଜ ଭାଗ୍ୟ ବିଧାତା ସଦନେ
ଆସିବେନି ଆଉ ସମୟ ଯାଉ ଯାଉ
ଭରା ନଈର ସୁଅ ଲଗ୍ନ ଭଗ୍ନ ସଘନେ
ମୌସୁମୀ ତୋଳୁଛି ରାଗିଣୀ ମାଟିମା ଓଦା
ସବୁଜ ପଣତେ ସବୁଜିମା ଧରା ରଜରେ ହସେ ଏସନେ
ରଙ୍ଗ ପସରାରେ ଏତେ ରଙ୍ଗ ଆଣିଛି ମୌସୁମୀ
ମାଟିମାଆ ହସେ ବିଜନ କାନନେ।
