STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Action

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Action

ମୌନ ବ୍ରତ

ମୌନ ବ୍ରତ

1 min
149

         

ଏ ମନର ମୂଳେ       ଚାଲିଛି ଜଗତ 

     ଭାବ ଭାବନାରେ ସବୁ,

ମନ ଅନୁଯାୟୀ        ସ୍ବଭାବ ଚରିତ୍ର

      ଅନ୍ୟ କିଛି ନାହିଁ ଆଉ।

ଏ ମନ ସର୍ବଦା         ଅଧିର ଅସ୍ଥିର

      ଜାଗ୍ରତ କି ନିଦ୍ରା କାଳେ,

ଜୀବନ ସ୍ରୋତରେ     ତରଙ୍ଗ ଖେଳାଏ

       ଇଚ୍ଛାର ଭାବ ବିହ୍ବଳେ।

ମନରୁ ନିସୃତ         ସବୁ ଶବ୍ଦ ବ୍ରହ୍ମ

      ଅସୀମ ଶକତି ତାର,

ନିୟନ୍ତ୍ରଣ କଲେ      ସଂଯମେ ତାହାକୁ

      ଉଚ୍ଚାରଣେ ଦିଏ ବର।

ବାକ୍ ସଂଯମତା     କରିବାକୁ ଲୋଡ଼ା

      ହୋଇଥାଏ ମୌନ ବ୍ରତ,

ବିବେକ ବିଚାରି      ଭାବ ପ୍ରକାଶିଲେ

      ବଚନ ହୁଏ ମାର୍ଜିତ।

ଏ ମନକୁ ସ୍ଥିର      ସଂଯମୀ କରି ଯେ

       ଆଣିହୁଏ ଏକାଗ୍ରତା,

ପ୍ରଭୁ ପାଦପଦ୍ମେ      ଧ୍ୟାନ ରତ ଥିଲେ

       ଦୂର ହୁଏ ଆବିଳତା।

ମନକୁ କେନ୍ଦ୍ରରେ     ରଖିଲେ ଏକାଗ୍ର

       ଚେତନା ହୁଏ ଜାଗ୍ରତ,

ବିଶ୍ରାମ ପାଇ ସେ     ଶକ୍ତିଶାଳୀ ହୁଏ

       ବୁଝଇ ପ୍ରକୃତ ସତ।

ବାର ତିଥି ନେଇ      ମଉନ ରହିଲେ

       ମନ ହୁଏନା କ୍ଷାନ୍ତ,

ଉପରେ ନୀରବ      ଅନ୍ତର ଭିତରେ

      ଭାବି ହୁଅଇ ଅଶାନ୍ତ।

ଅଳପ ବଚନ        ମଧୁର ବିନୟ

     କହୁଥିଲେ ନମ୍ରତାରେ,

ମଉନ ବ୍ରତର        ସୁଫଳ ମିଳଇ   

     ଦେଖାଯାଏ ବ୍ୟକ୍ତିଠାରେ।  

ପ୍ରଭୁ ଆରାଧନା      ଉପାସନା ବିନା

      ବ୍ରତ ହୁଏନା ପୂରଣ,

ଧ୍ୟାନ ଧାରଣାରେ    ରଖି ଥିଲେ ଲୟ

      ଦୂର ହୁଅଇ କଷଣ।

ମୌନ ବ୍ରତ ଏକ     ନିଷ୍ଠାର ସାଧନା

     ଲୋଡ଼ା ପ୍ରତିଟି ଜୀବନେ,

ଜୀବ ପରମର       ଅନ୍ତର ଦର୍ଶନ

     ହୋଇଥାଏ ଆତ୍ମଜ୍ଞାନେ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract