Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ମାୟାମୃଗ

ମାୟାମୃଗ

1 min
375



ମାୟାମୃଗ ପଛେ ଘୋର ବନସ୍ତରେ

    ରାମଚନ୍ଦ୍ର ଧାଇଁଥିଲେ

କୁଟୀର ଭିତରେ ଜନକ ନନ୍ଦିନୀ 

     ଜାନକୀ ଅନେଇ ଥିଲେ ।

ସୁନା ଝଲମଲ ସୁନେଲି ରଙ୍ଗରେ

     ସୁବର୍ଣ୍ଣ ଜଡିତ ଦେହ

ଦେଖିଣ ବୈଦେହୀ ହୋଇଗଲେ ଖୁସି

     ଲାଗିଲା ତା' ଠାରେ ମୋହ ।

ରାମଙ୍କୁ କହନ୍ତି ସୁବର୍ଣ୍ଣ ମୃଗକୁ 

      ଆଣିଦିଅ ମୋତେ କାନ୍ତ

ପାଳିବି ତାହାକୁ ଏଇ ମୋର ହସ୍ତେ

     ଦୁଃଖ ମୋ ହୋଇବ ଅନ୍ତ ।

ବାରମ୍ବାର ରାମ ଲକ୍ଷ୍ୟଭେଦ ଚ୍ୟୁତ 

      ଅସକତ ଦେହ ହେଲା

ସବୁ ପ୍ରଚେଷ୍ଟା ତ ହୋଇଲା ବିଫଳ 

     ମନେ କ୍ରୋଧ ଉପୁଜିଲା ।

କ୍ଷଣଟିଏ ଆଉ ଡେରି କରିଲେନି

     ଶର ଗୋଟି ଦେଲେ ମାରି

ମରିବା ଆଗରୁ ମାରିଚ ଦୈତ୍ୟ

     ଲକ୍ଷ୍ମଣଙ୍କ ନାମ ଧରି ।

ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ବୋଲିଣ

    ତିନି ଥର ଡାକ ଦେଲା

ରାକ୍ଷସ ଜନମୁ ପାରି କର ବୋଲି

    ରାମଙ୍କୁ କର ଯୋଡିଲା ।

ଦେଖିଣ ଖୁସିରେ ଶ୍ରୀ ରଘୁନନ୍ଦନ

     ମାରିଚକୁ ମୁକ୍ତି ଦେଲେ 

ରାକ୍ଷସ ଜନମୁ ରକ୍ଷାକରି ସିଏ 

     ମାୟାମୃଗ ବଧ କଲେ ।

ଏଇ ମାୟାମୃଗ ବିଶ୍ରବା ନନ୍ଦନ 

    ରାବଣ ପଠେଇଥିଲା 

ସୀତାଙ୍କୁ ହରଣ କଲେ ତା' ମରଣ

   ଏଇ କଥା ଜଣାଥିଲା ।

ଲକ୍ଷ୍ମୀ ନାରାୟଣ ଦ୍ବାରପାଳ ସିଏ

    ଜୟ ତା'ର ନାମ ଥିଲା

ସପ୍ତଋଷି ପୁତ୍ର ଅଭିଶାପ ବଳେ

   ରାକ୍ଷସ ତନୁ ହୋଇଲା ।

ସେ ଅସୁର ତନୁ ମୁକତି ଆଶାରେ

    ମାୟାମୃଗ ସୃଷ୍ଟି କରି

ରାକ୍ଷସ କବଳୁ ସେ ଜୟ ବିଜୟ 

  ହୋଇଥିଲେ ତ ଉଦ୍ଧରି ।



Rate this content
Log in

Similar oriya poem from Abstract