STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ମାୟା ସଂସାର

ମାୟା ସଂସାର

1 min
347

ଦୁଇ ଦିନର ଜୀବନ 

ଏ ତ ଦୁଇ ଦିନର ଜୀବନ

ନିଃଶ୍ୱାସକୁ ନାହିଁ ଭରସା

କେତେବେଳେ ବି ଚାଲିଯିବ

ବାନ୍ଧି ସବୁ ଆଶା ଭରସା।

ବନ୍ଧୁବାନ୍ଧବ ପ୍ରିୟ ଜନ

କେହି ନୁହନ୍ତି କାହାର

ମିଛେ କାହିଁ ଲଗାନ୍ତି ଡୋରି

ଏ ପରା ମାୟା ସଂସାର।

ଯେତେ ସଞ୍ଚି ଥିବ ଧନ

ଯେତେ ରଖିଥିବ ଗହଣା

କେବଳ ଲୋଭରେ ଆଦର

ସବୁକିଛି ତୁଚ୍ଛ ହେବ

ଯେବେ ରକ୍ତ ମାଂସ ଶରୀର

ହୋଇଯିବ ଖାଲି ଚାଦର।

ନିର୍ଜୀବ ବସ୍ତୁ ପରି ଦେହ

ଲୋଟି ପଡ଼ିଥିବ ଭୂଇଁରେ

ଧର୍ମ କର୍ମ ସେବେ ହିସାବ ହେବ

ନ ହେବ ଲୋଡ଼ା କାଣିଚାଏ ସମ୍ପତ୍ତିର।

ନା ଦେଖିବ ଧନୀ, ନା ଦେଖିବ ଗରିବ

ମଶାଣି ଯୁଇରେ ସାହା ଏକା ଦଇବ

ପଞ୍ଜୁରୀ ଛାଡ଼ି ପକ୍ଷୀ ଉଡ଼ିଗଲା ପରେ

ଦେଖେ ନାହିଁ ମାଲିକ କେତେ ସ୍ନେହୀ ଥିଲା

ଆତ୍ମା ପକ୍ଷୀ ଥରେ ଉଡ଼ିଗଲା ପରେ

ତୁଟିଯାଏ ମୋହ,ମରିଚୀକା ସମ

ଛାଡ଼ି ଯାଏ ଛାପ ସଂସାର ଭିଡ଼ରେ

ସେଇ ମଣିଷର ଅଲିଭା ସୁକର୍ମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract