Birakishore Nayak

Tragedy Inspirational

4  

Birakishore Nayak

Tragedy Inspirational

ମାୟା ସଂସାର

ମାୟା ସଂସାର

1 min
542



ଏକ ବ୍ରହ୍ମ ସତ୍ୟ ଆଉ ସବୁ ମିଛ

     ଶଙ୍କରାଚାର୍ଯ୍ୟଙ୍କ ଉକ୍ତି,

ହିନ୍ଦୁ ଧର୍ମଗ୍ରନ୍ଥ ବେଦରେ ଘୋଷିତ

     ସଂସାରେ ମାୟାର ସ୍ଥିତି |

ବ୍ରହ୍ମ, ଜୀବ ଆଉ ପ୍ରକୃତି ହେଉଛି

     ସଂସାର ସୃଷ୍ଟିର ମୂଳ,

ଏମିତି ସୃଜନୀ ଗଢ଼ିଛନ୍ତି ବ୍ରହ୍ମ

     ଜୀବ ଭୋଗେ କର୍ମଫଳ |

ସଂସାରେ ଜନମି ଜୀବ ଦୁଃଖ ଭୋଗେ

     ତଥାପି ଛାଡେନା ମୋହ,

ମାୟାର ପ୍ରଭାବେ ଆଛନ୍ନ ହୋଇ ସେ

     ରଖଇ ମରଣ ଭୟ |

ଜନମ ହୋଇଲେ ମରଣ ନିଶ୍ଚୟ

    ଏତ ଚିରନ୍ତନ ସତ୍ୟ,

ତଥାପି ମଣିଷ ଚାହେଁନାହିଁ କେବେ

     ମରଣ ଜନିତ କଷ୍ଟ |

ଲୋଭ,ମୋହ, ପ୍ରୀତି ବାନ୍ଧିଥାଏ ତାକୁ

    ଛାଡିବାକୁ ଚାହେଁ ନାହିଁ,

ଏଇ ପରା ମାୟା ସଂସାରେ ଭରିଛି

    ବଞ୍ଚିବାର ଲୋଭ ଦେଇ |

ଆଜି ମରିଗଲେ କାଲିକି ଦିଦିନ

    ସଂସାରୁ ଲିଭେ ଯେ ନାମ,

କାହାକୁ ବା କିଏ ମନେ ରଖିବ ଯେ

    ବଡ଼ ପରା ନିଜ କାମ |

ଆତ୍ମୀୟ ସ୍ୱଜନ ପତ୍ନୀ ଅବା ପୁତ୍ର

    ସବୁ ତ ହୁଅନ୍ତି ପର,

ମଲାପରେ ଶବ ମଶାଣିକୁ ନେଇ

    କରିଥାନ୍ତି ସତକାର |

ଜୀବ ଆସେ ଏକା ଜନମ ବେଳରେ

    ମଲାବେଳେ ଏକା ଯାଏ,

ସବୁ ସ୍ନେହୀ ଜନେ ନୀରବେ ରହନ୍ତି

    ସଂସାରର ମାୟା ଇଏ |

ବଞ୍ଚିଥିବା ବେଳେ ଯେତେ ରାଗ ଦ୍ୱେଷ

    ଶେଷ ହୁଏ ମରଣରେ,

କିଏ ବା କାହାର ନୁହଇଁ ନିଜର

    ମାୟାବଳେ ଝୁରି ମରେ |

ସଂସାର ଭିତରେ ଯାହା ଦେଖାଯାଏ

    ସବୁ ତ ମାୟାରେ ବନ୍ଦୀ,

ଅବୋଧ୍ୟ ସେ ମାୟା ଜାଣି ହୁଏ ନାହିଁ

    ଜନ୍ମ ମରଣର ସନ୍ଧି |    


Rate this content
Log in

Similar oriya poem from Tragedy