Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Abstract Others

3  

PUSPALATA SAHOO

Abstract Others

ମାୟା ସଂସାର

ମାୟା ସଂସାର

1 min
438


ଏଇତ ଜୀବନ 

ମାୟାର ସଂସାର 

ସମସ୍ତେ ଏଠି ବାୟା 

ମିଛ ମାୟା ସଂସାରେ 

କେହି ବୁଝେ ନାହିଁ କାହା ମୂଲ୍ୟ 

ସମସ୍ତେ ନିଜ ପାଇଁ ଏଠି ପରିଚିତ ।


ପରିଚୟ ମିଳେନା ଆଜି ତୁମର 

ହୋଇ ଆମେ ସମୟର ଦାସ 

ଅଭିନୟ କରୁ ପ୍ରତି ମୁହୂର୍ତ୍ତ 

ବାପ ମା ଭାଇ ବନ୍ଧୁ ପରି 

ହେଲେ କେହି ନୁହେଁ କାହାରି 

ସମୟ ଆସିଲେ ହେବା ଆମେ 

ଜଡ ପରି ସଂସାରରେ ।


ଛ ଖଣ୍ଡ କାଠ ଆଉ ଚାଖଣ୍ଡେ ମାଟି 

ଲୋଡ଼ା ହେବ ଆମ ପାଇଁ 

କର୍ମରେ ବଂଚିବା ଆମେ 

ଧରି ନିଜ ଧର୍ମର ନିକିତି 

ଇଏ ପରା ମିଛ ମାୟା ସଂସାର 

କେହି ନୁହେଁ ଏଠି କାହାର ।



Rate this content
Log in

Similar oriya poem from Abstract