STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ମାଟିର ମଣିଷ

ମାଟିର ମଣିଷ

1 min
318

ମାଟିର ମଣିଷ ମୁଁ ଯେ 

ରହିବାକୁ ଚାହେଁ ଏଇ ମାଟିରେ 

ଚାଲି ଶିଖିଛି ଏଇ ମାଟି ମାଆ କୋଳରେ 

କୁଆଡେ ଯିବି ମୁଁ ତାକୁ ଛାଡ଼ିରେ।।


ମାଟିର ମଣିଷ ମୁଁ ଯେ

ଖେଳି ବୁଲି ବଢିଛି ଏଇ ମାଟିରେ 

ପିଲାଦିନ କଟିଛି ଏଇ ମାଟି ମାଆ କୋଳରେ

ମୋର ସବୁ ଅଳି ଅର୍ଦ୍ଦଳି ସହିଛି ଏଇ ମାଟି ମାଆ ଯ।। 


ମାଟିର ମଣିଷ ମୁଁ ଯେ

ଘର ସଂସାର କରିଛି ଏଇ ମାଟିରେ 

ସବୁ କିଛି ପାଇଛି ଏଇ ମାଟି ମାଆ ଠାରୁ ଯେ 

କେମିତି ମୁଁ ମୋ ମାଟି ମାଆକୁ ଛାଡ଼ି ରହିବି ଯେ।।


ମାଟିର ମଣିଷ ମୁଁ ଯେ 

ତା କୋଳର ପାଣି ପବନ ଖାଦ୍ୟ ପାଇ ଯେ

ହୋଇଛି ମୁହିଁ ବଡ଼ରେ

କେମିତି ତାକୁ କରି ପର ଆପଣେଇବି ଅନ୍ୟ ମାଟିକୁ ଯେ।। 


ମାଟିର ମଣିଷ ମୁଁ ଯେ

ଏଇ ମାଟି ମାଆ ଯୋଗାଇଛି କେତେ ଖାଦ୍ୟ ମୋତେ ଯେ 

ସେ ଆମକୁ ଦେଇଛି କେତେ ଫଳ ପୁଷ୍ପ କାଢି ତା କୋଳରୁ ଯେ

କେମିତି ମୁଁ ଭୁଲିବି ତା ସ୍ନେହ ମମତା ଯେ।।


ମାଟିର ମଣିଷ ମୁଁ ଯେ 

ରହିବାକୁ ଚାହେଁ ଏଇ ମାଟିରେ 

ଉଡ଼ିବାକୁ ଚାହେଁ ନାହିଁ ଆକାଶେ 

ସ୍ନେହ ଶ୍ରଦ୍ଧାରେ ରହିବି ଏଇଠି ମୁଁ ସମସ୍ତଙ୍କ ସାଥିରେ।। 


ମାଟିର ମଣିଷ ମୁଁ ଯେ

ଇଚ୍ଛା ସେବା କରିବି ମୋ ମାଟି ମାଆର ଯେ

ରହି ସବୁଦିନେ ତା ପାଖେ 

ତଳକୁ ପକାଇବାକୁ ଦେବି ନାହିଁ ତା ନାମକୁ ଯେ।। 


ମାଟିର ମଣିଷ ମୁଁ ଯେ 

କେବେ ବି କରିବି ନାହିଁ ଏହି ମାଟିକୁ ପର ଯେ

ଏତିକି ଇଚ୍ଛା ମୋ ଜୀବନର ଶେଷରେ

ମୋର ଏ ମାଂସର ଶରୀର ମିଶି ଯାଉ ଏ ମାଟି ମାଆ କୋଳରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract