STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ମାଟିର ମଣିଷ

ମାଟିର ମଣିଷ

1 min
188

ମାଟିର ମଣିଷ ଏବେ ଫେରି ଆସ,

ଡାକୁଅଛି ତୋର ମାଟି,

କି ଅବା ପାଉଛୁ କେମିତି ରହୁଛୁ,

ଯନ୍ତ୍ର ଅଧିନରେ ଖଟି।


ଯାହାର ପାଣିରେ ଗଢ଼ା ତୋ ଶରୀର,

ଯେଉଁଠି ମିଶିବୁ ଦିନେ,

କେଜାଣି କାହିଁକି ଏତେ ଅନ୍ୟାଚାର,

ଭରି ଅଛି ତୋର ମନେ।


ସୁନାର ଫସଲ ପାଦରେ ଆଡେଇ,

ଯନ୍ତ୍ର ପାଖେ ଖଟିବାକୁ,

ଯାଉଛୁ କିପରି ସ୍ନେହକୁ ପାଶୋରି,

ଯନ୍ତ୍ର ହୋଇ ମରିବାକୁ।


ବୁକୁ ଫଟା ସ୍ନେହ ପାଦେ ଦଳି ଦେଇ,

କେମିତି ପାଉଛୁ ସୁଖ,

ମାଟି ମାଆ ପାଶେ ଏବେ ଫେରିଆସ,

ଭୁଲି ଯାଇ ସବୁ ଶୋକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational