STORYMIRROR

Kishore Nayak

Classics Inspirational

3  

Kishore Nayak

Classics Inspirational

ମାଟିର ମହକ

ମାଟିର ମହକ

1 min
164

ମାଟି, 

ଏକ ଆସ୍ଥାର ପ୍ରତୀକ 

ଭରସାର ଏକାନ୍ତ ବିଶ୍ୱସ୍ତ 

ଜନ୍ମ ମୃତ୍ୟୁର ମୂକ ସାକ୍ଷୀ l

ଏଇ ମାଟି, 

ସ୍ୱର୍ଗର ଅନିନ୍ଦ୍ୟ ଭୁବନ 

ଦିଗନ୍ତ ବିସ୍ତାରି ତା'ର ମମତାର ବୁକୁ 

ଆପଣାର ଲାଗେ ତା'ର ଅନାବିଳ ମମତ୍ୱ l

ଏଇ ମାଟି, 

ସ୍ମୃତିର ଏକ ମଧୁର ସମ୍ପର୍କ 

ଭାବନାର ଚରମ ପ୍ରଶାନ୍ତି 

ତାହାରି କୋଳରେ ମଥା ରଖି ଶୋଇଗଲେ ମିଳିଯାଏ ପରମ ଆନନ୍ଦ

ଏନ୍ତୁଡ଼ି ଶାଳରୁ ଶ୍ମଶାନର ଜୁଇ ପର୍ଯ୍ୟନ୍ତ ସବୁଠି ତା'ର ଉପସ୍ଥିତି

ଏଇ ମାଟି, 

ଜୀବନର ଜନ୍ମଭୂମି ଆଉ ଜୀବନର କର୍ମଭୂମି

ଜୀବନ ଜୀବିକାର ପରମ ପାଥେୟ 

ଆସ୍ଥା ଆଉ ବିଶ୍ୱାସର ପରମ ଆଶ୍ରୟ 

ମୁକ୍ତିର ଆତ୍ମତୃପ୍ତି

ପ୍ରକୃତିର ଅନିନ୍ଦ୍ୟ ଭୁବନ 

ସ୍ୱାଧୀନତାର ଏକ ଭିନ୍ନ ପୃଥିବୀ 

ମେହେନତି ମଣିଷର ଭୂସ୍ବର୍ଗ l

ଏଇ ମାଟି, 

ସମ୍ଭାବନାର ଅଦମ୍ୟ ଉତ୍ସାହ 

ସାମର୍ଥ୍ୟର ଏକ ବାସ୍ତବ ରୂପାୟନ 

ଜୀବ ଜନ୍ତୁ ଠାରୁ କୀଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ତା'ର ଆପଣାର 

ନାହିଁ ଦ୍ୱେଷ ନାହିଁ ଅଭିମାନ

ବିଶ୍ୱାସରୁ ନିଃଶ୍ୱାସ ପର୍ଯ୍ୟନ୍ତ 

ସୁଖରେ ଦୁଃଖରେ ହସରେ ଲୁହରେ ସବୁଠି ତା'ର ଉପସ୍ଥିତି ମା' ପରି l

ଏଇ ମାଟି, 

ଧୈର୍ଯ୍ୟର ଏକ ମୂର୍ତ୍ତିମନ୍ତ ପ୍ରତୀକ 

ସେଇଥିପାଇଁ ତ ସେ ଧରିତ୍ରୀ, ଧରା, ବସୁଧା, ବସୁମତୀ, ବସୁନ୍ଧରା ଆଉ କ୍ଷମା ନାମରେ ସ୍ୱୟଂ ପରିଚିତ 

ତା'ର ପରିଚୟ ସେ ନିଜେ 

ତା'ର କଳନା ନାହିଁ 

ତା'ର ବିକଳ୍ପ ନାହିଁ 

ତା'ର ମହକରେ ପୁଲକିତ ଏ ପ୍ରକୃତି, ପୁଲକିତ ଏ ଜୀବଜଗତ 

ସୂର୍ଯ୍ୟ, ଚନ୍ଦ୍ର, ତାରା ସମସ୍ତେ ଆତ୍ମହରା 

ତା'ର ଅପୂର୍ବ ମହକରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics