STORYMIRROR

Bibhu Samanta

Tragedy

3  

Bibhu Samanta

Tragedy

ମାଟିଘୋଡା

ମାଟିଘୋଡା

1 min
185


ସେଦିନ ଦେଖିଲି

ମନ୍ଦିରର ମାଟିଘୋଡା ସବୁ

ଚାଲିଯାଉଛନ୍ତି ବାହାରକୁ

ଶତଚେଷ୍ଟା ପରେ ବି

ମୁଁ କାହାକୁ ଅଟକେଇ ପାରୁନି

ଆଶ୍ଚର୍ଯ୍ୟ !! ଧର୍ମ କଣ ଏଇଆ??


ଏତିକି ବେଳେ...

କେହି ଜଣେ ପଛରୁ କହିଲେ

ଯିବାକୁ ଦିଅ ତାଙ୍କୁ

କେତେ ଦିନ ଆଉ ତୁମ

ଭୋଗ ଡାଲାରେ 

ଉଖୁଡା, କଦଳୀ, ନଡ଼ିଆ ଦେଖି

ଭୋକ ସମ୍ଭାଳି ଠିଆ ହୁଅନ୍ତେ

କେହି କଣ କେବେ ପଚାରି ବୁଝେ

ତାଙ୍କ କଥା... ମାନସିକ ପୁରିଲା ପରେ

ଯାଆନ୍ତୁ ସେମାନେ.. ନିଜ ପାଇଁ ଖୋଜି ନେବେ... 

ଆହାର ଟିକେ ....ଆଶ୍ଲେଷ ଟିକେ

ତୁମେ କଣ ଜାଣିନ !

ଅନ୍ନଦାତା ପରା ଏବେ ଧର୍ମଘଟରେ

ଭୋକରେ ଲଢ଼ୁଛନ୍ତି ରାଜରାସ୍ତାରେ

ଧର୍ମ କେମିତି ତେବେ...

ବାନ୍ଧି ହୁଅନ୍ତା ଘଟ ଗାଆଁରେ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy