STORYMIRROR

କଳ୍ପନା ରାୟ

Abstract Classics Inspirational

4  

କଳ୍ପନା ରାୟ

Abstract Classics Inspirational

ମାଟିଦୀପ

ମାଟିଦୀପ

1 min
252


ମାଟିଦୀପ, ମୁଁ ଆବଶ୍ୟକ 

ଏନ୍ତୁଡ଼ିଶାଳରୁ

ସକାଳର ପୂଜାରୁ ସନ୍ଧ୍ୟାବେଳ

ଆଲୋକ ଦିଏ ଜଳି ଅନ୍ତରରୁ

କାହିଁ କେଉଁ କାଳର


ଜଳୁଥାଏ ସିନା

ଅନ୍ଧାର ଦୂରେଇବା କାର୍ଯ୍ୟ ମୋର

ଅଜ୍ଞାନ ଅନ୍ଧାର ହେଉ ଦୂର

ଦୀପାବଳି ମୋର ଖୁସିର ସମ୍ଭାର

ଆମେ ଏକାଠି ଜଳୁ କି ନା


ପୂର୍ବପୁରୁଷଙ୍କୁ ଡାକି

ମୋ ଦେହରୁ ନେଇ କାଉଁରିଆ ଜାଳି

ହୁଅନ୍ତି ସମସ୍ତେ ସୁଖି

ହେଉ ପଛେ ମୋର ଦାମ ଅଳପ

ମୁଁ ପରା ହୁଏ ଜନ୍ମରୁ ସାକ୍ଷୀ


ବଡ଼ ଯତନରେ କୁମ୍ଭକାର ଗଢେ

ଦେଇ ତାର ମନକର୍ଣ

ମନରେ ସଭିଙ୍କୁ ଆନନ୍ଦ ମୁଁ ଦିଏ

ଲୋଡା ମୋ ସଳିତା ତେଲ

ମିଠା କ୍ଷୀରି ନୁହେଁ ସ୍ଵପ୍ନ


ମୋତେ ଜାଳି ଲୋକେ 

ବଡବଡୁଆ ଡାକନ୍ତି

ମହାମାରୀରେ ମନା ନାହିଁ

ଆଲୋକ ପର୍ବ ଦୀପାବଳି ପାଳନ୍ତି

ମାଟିଦୀପ ମୁହିଁ ରେ ମାଟିଦୀପ ମୁହିଁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract