Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics Inspirational

4  

Kishore Nayak

Classics Inspirational

ମାଟି

ମାଟି

1 min
280



ଏଇ ମାଟି ଆମ ସାହାରେ ଭାଇ 

ଏଇ ମାଟି ଆମ ସାହା 

ଏଇ ମାଟି କୋଳ ଏନ୍ତୁଡ଼ି ଶାଳ

ଜୁଇର ଏ ଶେଷ ରାହା l


ଯେଉଁ ପଥ ଦେଇ ଆସିଥିଲେ ଦିନେ 

ଚାଲିଯିବା ସେଇ ପଥେ 

ଆମେ ସବୁ ପରା ମାଟିର ମଣିଷ 

ମିଶିଯିବା ମାଟି ସାଥେ l


ମାଟି ହିଁ ଆମର ଜୀବନର ଭିତ୍ତି 

ମାଟି ହିଁ ଆମର ପ୍ରାଣ 

ମାଟି ବିନା ଏଠି ବଞ୍ଚିବା କେଉଁଠି 

ତା' ବିନା ନାହିଁ ମରଣ l


ଏଇଠି ଜନମ ଏଇଠି ମରଣ 

ଏଇ ମାଟି ଆମ ମା'

ତାହାରି କୋଳରେ ଜୀବନ ପାଇଛି 

ବଞ୍ଚିବାର ଶେଷ ରାହା l


ତା' ପାଣି ପବନେ ଗଢ଼ା ଏ ଜୀବନ

ତା' ଶାକ ତଣ୍ଡୁଳ ଖାଇ 

ଏ ମାଟି ପଡିଛି ଯୋଜନ ଯୋଜନ 

ବିଶାଳ ବ୍ରହ୍ମାଣ୍ଡ ହୋଇ l


ଏ ମାଟି ବକ୍ଷରେ ସରିତ ସାଗର 

ଯାଉଛନ୍ତି ବହି ନିତି 

ତା' ବୃକ୍ଷ ଡାଳରେ ବିହଙ୍ଗେ ବସିଣ 

ଗାଆନ୍ତି ମଧୁର ଗୀତି l


ତାହାରି ବକ୍ଷରେ ଦମ୍ଭ ସହକାରେ 

ଭୂଧର ହୋଇଛି ଠିଆ 

ଏ ମାଟିର ଗାଥା ଗାଉଛି ସଗର୍ବେ 

ଫୁଲାଇ ତାହାର ହିଆ l


ଏଇ ମାଟି ଆମ ଜୀବନ ଜୀବିକା 

ସହିଛି ସବୁରି ଅଳି 

ଏ ମାଟିର ଧୂଳି ଅମୃତ ସମାନ 

ମଥାରେ ଦିଅରେ ବୋଳି l


Rate this content
Log in

Similar oriya poem from Classics