ମାଟି
ମାଟି
ମାଟି ନୁହେଁ ସେ ତ ମାଆଟି ଆମର
ସତେ କେତେ ସର୍ଵଂସହା
ଖେଳ, ବୁଲା ସବୁ ତା ଉପରେ ଆମ
ସବୁ ସହି ଯାଏ ମାଆ।
କୁରାଢ଼ୀର ଚୋଟ କଟୁରୀ ଆଘାତ
ବକ୍ଷ ପାତି ସେ ସହୁଚି
ପୂର୍ଣ୍ଣ ଦଗ୍ଧ ହୋଇ ସବୁ ସେ ସହୁଛି
ଅରଣ୍ୟ ତାର ଜଳୁଛି ।
ସବୁଜିମା ତାର ବିଧ୍ୱସ୍ତ ହୋଇଛି
ଶିରୀ ତା ତୁଟି ଯାଇଚି
ଲଣ୍ଡା ବସୁମତୀ ନିର୍ଲିପ୍ତ ରହିଛି
ତଥାପି ସେ ହସୁ ଅଛି ।
ପାହାଡ଼ ଝରଣା ସବୁ ହଜିଗଲେ
ବକ୍ଷ ତା ଶୁଷ୍କ ହୋଇଛି
ତଥାପି ତାହାର ନାହିଁ ପ୍ରତିବାଦ
ନୀରବରେ ସେ ଦେଖୁଛି ।
ମାଆ ପରି ସିଏ ସବୁ ସହି ଯାଏ
ଆମେ ତ କର୍ତ୍ତବ୍ୟ ଶୂନ୍ୟ
କେବେ ବି କରିନେ ମାଟିକୁ ଆଦର
ଧିକ ଆମର ଜୀବନ।।
