STORYMIRROR

rasmi maye pati

Inspirational

3  

rasmi maye pati

Inspirational

ମାଟି

ମାଟି

1 min
156


ମାଟି ନୁହେଁ ସେ ତ ମାଆଟି ଆମର

   ସତେ କେତେ ସର୍ଵଂସହା

ଖେଳ, ବୁଲା ସବୁ ତା ଉପରେ ଆମ

  ସବୁ ସହି ଯାଏ ମାଆ।

କୁରାଢ଼ୀର ଚୋଟ କଟୁରୀ ଆଘାତ

   ବକ୍ଷ ପାତି ସେ ସହୁଚି

ପୂର୍ଣ୍ଣ ଦଗ୍ଧ ହୋଇ ସବୁ ସେ ସହୁଛି

  ଅରଣ୍ୟ ତାର ଜଳୁଛି ।

ସବୁଜିମା ତାର ବିଧ୍ୱସ୍ତ ହୋଇଛି

  ଶିରୀ ତା ତୁଟି ଯାଇଚି

ଲଣ୍ଡା ବସୁମତୀ ନିର୍ଲିପ୍ତ ରହିଛି

  ତଥାପି ସେ ହସୁ ଅଛି ।

ପାହାଡ଼ ଝରଣା ସବୁ ହଜିଗଲେ

  ବକ୍ଷ ତା ଶୁଷ୍କ ହୋଇଛି

ତଥାପି ତାହାର ନାହିଁ ପ୍ରତିବାଦ

  ନୀରବରେ ସେ ଦେଖୁଛି ।

ମାଆ ପରି ସିଏ ସବୁ ସହି ଯାଏ

  ଆମେ ତ କର୍ତ୍ତବ୍ୟ ଶୂନ୍ୟ

କେବେ ବି କରିନେ ମାଟିକୁ ଆଦର

  ଧିକ ଆମର ଜୀବନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational