ମାଟି
ମାଟି
ପ୍ରକୃତିର ସୁନ୍ଦର ସୃଷ୍ଟି
ଅବା ସଂସାରର ପୃଷ୍ଟି ,
ସୃଷ୍ଟି ରୁ ଅଲଗା ତାର ନା'ଟି
ସେ ମାଟି.........
ଦେବୀଙ୍କର ବେଶେ ମାଟି ପ୍ରତିମା
କୁମ୍ଭାର ହାତର ଗଢ଼ା ଗାରିମା ,
ପ୍ରକୃତିର ସାଜେ ସେ ରାଜଜେମା
ମାଟି ନୁହଁ ଜୀବନ୍ତ ଧରିତ୍ରୀମା ॥
ବୃକ୍ଷ ରୂପ କେତେ ଜନ୍ମ ଦେଇଛୁ
ଋକ୍ଷ ହୋଇ ବୃକ୍ଷ ମୃତୁ ଦେଖୁଛୁ ,
ପୃଥିବୀର ମାଟି ମା ସାଜିଛୁ
ସତେ ପ୍ରକୃତିକୁ କୋଳେଇ ରଖିଛୁ ॥
କେତେ ନାଚିଚି ମୁଁ ତାର ଧରାରେ
ମନେ ପଡେ ଆଜି ପିଲା ବେଳରେ ,
ନାଚି ଖେଳିଛି
ତା କୋଳେ ମୁଁ କେତେ ସୋଇଛି ॥
ବିଲାତେ ଥାଇ ଖୋଜେ ମୁଁ ତୋତେ
ମାଟି ଘର ନାହିଁ
ଅଛି ପ୍ରାସାଦ ଯେତେ ,
ନାହିଁ ମାଟି ଏଠି
ନାହିଁ ଗୋଧୂଳି ଜ୍ୟୋସ୍ନା ,
ପ୍ରଥମ ବର୍ଷାରେ ନାହିଁ
ତୋ ମାଟି ବାସ୍ନା ॥
ତୋ ମାଟିରେ ଅଛି ସୁନାର ଫଳ,
ଚାଷୀ ପୁଅ କେତେ କରେ ଅମଳ,
ସର୍ବେ ଜନେ ଖାଇ
ହୁଅନ୍ତି ସବଳ ॥
ପ୍ରଭୁଙ୍କର ଏଇ ସୁନ୍ଦର ସୃଷ୍ଟି
ନୀଳ ଆକାଶବି କରେ
ଜ୍ୟୋସ୍ନାର ବୃଷ୍ଟି ,
ତୁ ଆମ ମାଟି ॥
ତୁ ଆମ ମା ' ଟି ......

