STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

## ମାଟି ##

## ମାଟି ##

1 min
265

ଏ ମାଟି ଅଟେ ଆମ ଜନମ ଭୁଇ  

    ମମତା ମୟୀ ମାଆଟି

କେତେଯେ କଷଣ ସହିଛି ଜୀବନେ      

      ମଉନେ ଖୋଲନି ପାଟି ।।

ତାହାରି ଛାତିରେ ଘର ଦ୍ୱାର କରି

    ସଭ୍ୟତା ହୋଇଛି ଗଢା

ରହିଲେ ମହୀରେ ନାନା ଜାତି ଜନ    

   ବଢାଇ ତାହାର ବେଢା ।।

ସବୁଜ କ୍ଷେତରେ ସୁନାର ଫସଲ       

   ଗଛେ ନାନା ଜାତି ଫଳ

ତା ନଦୀ ଝରଣା ସାଗର ମେଖଳା 

    ଯୋଗାଇ ଦିଅନ୍ତି ଜଳ ।।

ତା ବଣ ପାହାଡ଼େ ପରବତ ଶିଖେ     

    ସାଧୁଙ୍କ ଶୁଭଇ ଓଁକାର

ବନ ଉପବନ ମନେ ଭରେ ଖୁସି

   ଦୂରେଇ ଯାଏ ବିକାର ।।

ପର ଉପକାରେ ଯୋଗାଇଣ ଶସ୍ଯ

    ଉଦ୍ଧାର କରେ ଜଗତ

ମାଆ ପରି ସବୁ ସହି ଯାଏ ସିନା

   ଦିଏନି କେବେ ଆଘାତ ।।

କର୍ତ୍ତବ୍ୟ ଆମର ତାହାରି ସୁରକ୍ଷା

    କରିବାରେ ଆମେ ମିଶି

ଜନମ ମାଟି ମୋ ଉଠିବ ହସି ଯେ

  ସ୍ନେହ ବାରି ଯିବ ବରଷି ।।

ତା ଶାନ୍ତି ମମତା ପାଇଁ ଆଜି ଆମେ        

   ଆସରେ ଶପଥ ନେବା

ଧରଣୀର ଯେତେ ମୋ ଭାଇଭଉଣୀ

   ତା ପାଇଁ ଜୀବନ ଦେବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational