STORYMIRROR

Jyotsna Acharya

Abstract Inspirational

3  

Jyotsna Acharya

Abstract Inspirational

ମାଟି ମୁଠାଟିରେ ଜୀବନ

ମାଟି ମୁଠାଟିରେ ଜୀବନ

1 min
276

 ମାଟି ମୁଠାଟିର ଜୀବନ

ଆୟୁଷ......

ସରୁଥାଏ ପ୍ରାଣ ବିନ୍ଦୁ

ଶେଷ ଠୋପା ବୟସ....

ଗଣୁଥାଏ ଦିନ ରାତି

ବାକି କି ରହିଲା କିଛି

ସମ୍ପର୍କର ଶେଷାଂଶ......

ଅଡୁଆ ସୂତା ଖୀଅ

ଆଖ ପାଖ ସାଥେ ଦେଇ

ସମ୍ପର୍କରେ ଗଡିଚାଲେ

ବର୍ଷ ପରେ ବର୍ଷ.......

ସ୍ନେହ-ଶ୍ରଦ୍ଧା-ରାଗ-ରୂଷା-

ଅଳଙ୍କାର ମାନ

ପିନ୍ଧି ହୁଏ ଜୀବନ......

କେତେ ସ୍ମୃତି ଅନୁଭୂତି

ଗଢି ଥାଏ ଏ ପାଣି-ପବନ.....

ଦେହଟି, ଅମରକୁ ଭାବି ବସେ ଗର୍ବଟିଏ

କରୁଥାଏ ତା ଭିଟା ମାଟି ଅହଂର ଖେଳ......

ଭ୍ରଷ୍ଟାଚାର କରିବସେ ଯୁଦ୍ଧଟିଏ 

କୁରୁକ୍ଷେତ୍ରେ

ସେ ପଶାପାଲୀର.......

ଜାଣେ ନାହିଁ କରି ଚାଲେ

ନୀତି ରୁ ଅନିତୀ

ବାର୍ଦ୍ଧକ୍ୟ ଟି କରି ବସେ

ଯେବେ ଶେଷ

ଅଳୀ ଅର୍ଦ୍ଦଳୀ........

ମନେ ପଡେ 

ମାଟି ଦେହ ତା'ର

ମାଟିରେ ମିଶିବ....... 

ବୟସର ଶେଷ ପାକଳିରେ

ନିର୍ମାଲ୍ୟ ଡଙ୍କ ପାଣିରେ 

ଛାଡି ଯିବ

ତା ଶେଷ ନିଶ୍ବାସ........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract