STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

ମାଟି ମାଆ

ମାଟି ମାଆ

1 min
286

ଯେଉଁ ମାଟିରେ ଜନମ ଲଭି

କାନ୍ଦିଲି କୁଆଁକୁଆଁ,

ସେହି ମୋ ପ୍ରିୟ ଜନମମାଟି

ଅଟେ ମୋହରି ମାଆ ।।

ତାହାରି ଶାଗ ତଣ୍ଡୁଳ ଖାଇ

ବଢ଼ିଲା ତନୁ ମୋର,

ତା' ଵିଲମାଳ ସବୁଜ କ୍ଷେତ

ଆହା କି ମନୋହର ! ।।

ତାହାରି ମାଟି ପାଣି ପବନେ

ପୀୟୂଷ ଅଛି ପୂରି,

ସରଗପୁର ସୁଷମା ଯା'ର

ପୁଲକ ଦିଏ ଭରି ।।

ମଧୁ ବସନ୍ତ ହେଉ ଆଗତ

ସୁଷମା ତା'ର ଝରେ,

ଚ୍ୟୁତ ଡାଳରେ ପଞ୍ଚମ ସୁରେ

କୋଇଲି ରୁତ କରେ ।।

ଯା'ର ଚରଣ କରେ ଧଉତ

ଉତ୍କଳ ମନ୍ଦାକିନୀ,

ରକ୍ଷା କବଚ଼ ଶ୍ରୀସିଂହନାଥ

ଆଶିଷେ ହୁଏ ଊଣୀ।।

ଉତ୍ତରେ ଶୋହେ ଗଗନଶ୍ଚୁମ୍ବୀ

ଭୂଧର ଧାଡ଼ିଧାଡ଼ି,

ଝରଇ ଝରଝର ନିର୍ଝର

ତଳକୁ ଯାଏ ମାଡ଼ି ।।

ଶକତିମୟୀ  ବୃହଦମ୍ବିକା 

ମହାକାଳିକା ଯହିଁ,

ଅଷ୍ଟ ଶକତି ସଙ୍ଗତେ ଧରି

ବିରାଜମାନା ତହିଁ ।।

କେତେ ଯେ କବି ମହାନୁଭବ

ବୀର ସନ୍ତାନଗଣ,

ଜନ୍ମି ତା' କୋଳେ ଖ୍ୟାତ ଉତ୍କଳେ

ରଖିଲେ ବଡ଼ ପଣ ।।

କର୍ମଭୂମୀ ଏ ଧର୍ମଭୂମି ଏ

ବୀରଭୂମି ଏ ମାଟି,

ମିଳିମିଶି କି କରିବା କାମ

ରଖିବା ଏକତାଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract