ମାଟି ମା
ମାଟି ମା
ଯିଏ ଅଟଇ ଜଗତର. ରାଣୀ
ସେଇ ତ ଆମର ମାଟି ମା ଧରଣୀ ।
ସହିଛି କେତେ ଯେ କଷଣ ନିତି
ପ୍ରତିବାଦ କରିନି ସେ ରହିଛି ତାର ପ୍ରୀତି ।
ତାରି କୋଳରେ ଖେଳି ବୁଲି ଆମେ ବଡ଼ ହେଲେ
ସକାଳ ସୁରୁଜ ରାତିର ଚନ୍ଦ୍ର ତାପାଖେ ଦେଖିଲେ ।
ଲଙ୍ଗଳର ଆଘାତ କୁ ସେ ସହିଜାଏ
ହସି ହସି
ଶସ୍ୟ ହୁଏ ତାରି ଠାରୁ ଆହାର ଦେଇ ପାଉଛି ଖୁସି ।
ତାରି ଉପରେ ନାନା ଜାତିର ଫୁଲ
ହସି ଉଠଇ ।
ବୀଜ ଟିଏ ପାଇଲେ ସେ ବୃକ୍ଷ ରେ ପରିଣତ କରଇ ।
ପିମ୍ପୁଡ଼ି ଠାରୁ ମୂଷିକ ଯାଏଁ ଘର କରନ୍ତି ତାରି ଭିତରେ ।
ତାରି ଗ
ର୍ଭ ରେ ରହିଛି ଜଳ ପୁରି
ଚତୁର୍ଦିଗରେ ।
ମାଟି ମାକୁ ନେଇ କୁମ୍ଭାର ଗଢେ ମାଟି ପାତ୍ର ଭଳି କି ଭଳି
ପାର୍ବଣ ରୁତୁରେ ମାଟି ଦେବତାଆଗେ
କରେ ଭକ୍ତ ଟିଏ ଅଳି ।
ଗରିବ ଟିଏ ଘର ଟିଏ ଗଢେ ବାଲି ମାଟି ମିଶାଇ
ମାଟିର ଚୁଲିରେ ରନ୍ଧନ କଲେ ସ୍ଵାଦିଷ୍ଟ ହୁଏ ରୋଷେଇ ।
ମାଟି ମା ତୁହି ବ୍ୟାପି ଅଛୁ ସବୁଠି,
ଆଦି ଅନ୍ତ ତୋର ନାହିଁ
ତୋରି ପାଇଁ ସୃଷ୍ଟି ହେଲା ସରଜନା
କରିଲେ ଜଗତ ସାଇଁ ।
ମାଟିର ଦେହ ଦିନେ ମାଟିରେ ମିଶିବ
ଏ କଥା ଜାଣିଛି ସଂସାର
ରହିଛୁ ରହିବୁ ଯୁଗେ ଯୁଗେ ମାଟି ମା ତୁହି ଆମର ।